ପ୍ରାପ୍ତେଷୁ :
ମାନନୀୟ
ଶ୍ରୀଯୁକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ
ପିପିଲି, ପୁରୀ
(ନହଳା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ଜରିଆରେ)
ମହାଶୟ,
ବିନୀତ ଅନୁରୋଧ ଏହି କି ଆମେ ନହଳା ଗ୍ରାମର ନିମ୍ନ ସ୍ୱାକ୍ଷରକାରୀ ଅଧିବାସୀ ଗଣ ପିଇବା ପାଣି ଜନିତ ଅସୁବିଧା ପ୍ରତି ଆପଣଙ୍କର ଦୃଷ୍ଟି ଆକର୍ଷଣ କରୁଅଛୁ। ଆମ ଗ୍ରାମଟି ପିପିଲି ବ୍ଲକ ଅନ୍ତର୍ଗତ। ଏହି ଗ୍ରାମରେ ପ୍ରାୟ ୩୦୦୦ ଲୋକ ବାସ କରୁଛନ୍ତି।
ଅଧିକାଂଶ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଓ ମୁଲପାତି ଲାଗି ଜୀବିକା ନିର୍ବାହ କରନ୍ତି। ଆମର ପାନୀୟ ଜଳ ପାଇ ଁ କିଛି ସ୍ଥାୟୀ ବ୍ୟବସ୍ଥା ନାହିଁ। ଖରାଦିନେ କୂଅ, ନଳକୂଅ ପାଣି ନିମ୍ନଗାମୀ ହେଉଥିବାରୁ ଜଳସଂକଟ ଦେଖାଦିଏ। ପୋଖରୀରୁ ଜଳ ଆଣି ପିଇବା ଦ୍ବାରା ନାନାଦି ଚର୍ମରୋଗ ଦେଖାଦେଉଛି। ଗ୍ରାମର ବହୁ ଲୋକ ଚର୍ମରୋଗରେ ଆକ୍ରାନ୍ତ। ଦୂଷିତ ପାଣି ପିଇବା ଦ୍ବାରା ହଇଜା ବ୍ୟାପିବାର ଆଶଙ୍କା ରହୁଛି।
ଏଣୁ ବିନୀତ ଅନୁରୋଧ କରୁ କି ଆପଣ ସମସ୍ୟା ପ୍ରତି ସଦୟ ହୋଇ ଯଥା ସମ୍ଭବ ଶୀଘ୍ର ଜଳକଷ୍ଟ ଦୂର ପାଇଁ ଖରାଦିନ ପୂର୍ବରୁ ଗଭୀର ନଳକୂପ ଖୋଳିବାର ବ୍ୟବସ୍ଥା କରାଇଲେ ଆମ୍ଭେମାନେ ଚିର ଉପକୃତ ହେବୁ।
ଆପଣଙ୍କର ବିଶ୍ୱସ୍ତ
ପିପିଲି, ନହଳା ଗ୍ରାମବାସୀ ବୃନ୍ଦ
ତାରିଖ :