ପ୍ରେରକ :
ଗୋବିନ୍ଦ ଚନ୍ଦ୍ର ମହାପାତ୍ର
ପରିଚାଳନା ନିର୍ଦ୍ଦେଶକ
କଲ୍ୟାଣୀ କଲର୍ ଇଣ୍ଡଷ୍ଟ୍ରି
ମଞ୍ଚେଶ୍ବର, ଭୁବନେଶ୍ବର-୧୨
ପ୍ରାପ୍ତେଷୁ :
ନିର୍ଦେଶକ
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ,
ଭୁବନେଶ୍ବର
ବିଷୟ : ଓଆର ୦୨-୨୦୦୫ ନମ୍ବର ବସ୍ରେ ହଜିଥିବା ପ୍ୟାକେଟ୍ ସମ୍ପର୍କରେ
ମହାଶୟ,
ନିବେଦନର ଅଭିପ୍ରାୟ ଏହିକି ଯେ, ଉପର ସୂଚିତ ବସ୍ରେ ଆମ କମ୍ପାନୀର କଞ୍ଚାମାଲ୍ କଲକାତାର ‘ଫରେ ଆଲଏଜ କାରଖାନାରୁ’ ଭୁବନେଶ୍ବର ଆସୁଥିଲା। ଛୋଟଛୋଟ ୧୨ଟି ପ୍ୟାକେଟ୍ରେ ଏହା ଥିଲା। ଏହି ସାମଗ୍ରୀକୁ ବାବୁଘାଟରେ ଗାଡ଼ିକୁ ଚଢ଼ା ଯାଇଥିଲା ଓ ସେଗୁଡ଼ିକ ରସୁଲଗଡ଼ ଛକରେ ଓହ୍ଲାଇବାର ଥିଲା। ଦୁଃଖର ବିଷୟ, ରସୁଲଗଡ଼ ଠାରେ ବସ୍ ପହଞ୍ଚିବା ପରେ ଆମ ସାମଗ୍ରୀ ନ ଥିଲା। ଆମ ସାମଗ୍ରୀ ପରିବର୍ତ୍ତେ ଆମକୁ ୧୨ଟି ଇଲେକ୍ଟ୍ରିକ୍ ଜିନିଷ ଥିବା ପ୍ୟାକେଟ୍ ମିଳିଛି। ମୋର ମନେହୁଏ ଭୁଲ ବଶତଃ ପ୍ୟାକେଟ୍ଟି ଏପାଖ ସେପାଖ ହୋଇଯାଇଛି। ଆପଣଙ୍କ ଅବଗତି ନିମନ୍ତେ ଗାଡ଼ି ସାମଗ୍ରୀ ଭଡ଼ା ରସିଦ୍ ଓ ଡିପୋରୁ ମିଳିଥିବା ଜିନିଷର ଚିଠା ରସିଦର ଜେରକ୍ସ କପି ଏଥିସହିତ ପ୍ରଦାନ କରୁଛି। ଆମର ଜିନିଷ ଗଡ଼ିକର ଅନୁସନ୍ଧାନ କରି ଉପର ଲିଖିତ ଠିକଣାରେ ଜଣାଇବାକୁ ଅନୁରୋଧ।
ଆପଣଙ୍କର ବିଶ୍ବସ୍ତ
ଗୋବିନ୍ଦ ଚନ୍ଦ୍ର ମହାନ୍ତ
ତାରିଖ :
ସ୍ଥାନ :