ପ୍ରାପ୍ତେଷୁ :
ବ୍ଲକ ଉନ୍ନୟନ ଅଧିକାରୀ,
କିଆପାଲି, ସମ୍ବଲପୁର
ବିଷୟ : ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ସମ୍ବନ୍ଧରେ
ମହାଶୟ,
ମୁଁ କଲ୍ୟାଣୀ ବଢ଼େଇ, ସ୍ୱା- ସ୍ୱର୍ଗୀୟ ମାଗୁଣି ବଢ଼େଇ, ସା/ପୋ- କିଆପାଲି, ଜିଲ୍ଲା-ସମ୍ବଲପୁର, ଆପଣଙ୍କ ଠାରେ ବିନୀତ ପ୍ରାର୍ଥନା କରୁଛି ଯେ, ମୋର ବୟସ ୬୬ ବର୍ଷ। ଆଜି ପର୍ଯ୍ୟନ୍ତ ମୋତେ ବାର୍ଦ୍ଧକ୍ୟ ଭତ୍ତା ମିଳିନାହିଁ। ମୋର ସମ୍ପତ୍ତି ବୋଲି କିଛି ନାହିଁ। ମୁଁ ପର ଘରେ ବାସି ପାଇଟି କରି ଚଳେ। ଅତ୍ୟଧିକ ବୟସ ହେତୁ ମୁଁ କାମଧନ୍ଦା କରିପାରୁ ନାହିଁ। ଦିନରେ ପେଟଭରି ଖାଇବାକୁ ପାଉନାହିଁ। ମୋର ଭଲମନ୍ଦ ବୁଝିବାକୁ କେହି ନାହାନ୍ତି। ଏପରି ସ୍ଥଳେ ସରକାରଙ୍କ ନିକଟରେ ମୁଁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ନିବେଦନ କରିଥିଲି। କିନ୍ତୁ ତାହା ଏ ପର୍ଯ୍ୟନ୍ତ ବିଚାରକୁ ନିଆଯାଇନାହିଁ।
ଆର୍ଥିକ ଅନଟନ ହେତୁ ମୋର ବଞ୍ଚି ରହିବା କଷ୍ଟକର ହୋଇପଡ଼ିଲାଣି। ଓଳିଏ ଖାଇ ଓଳିଏ ଉପାସରେ ଦିନ କାଟୁଛି। ତେଣୁ ଆପଣଙ୍କୁ ବିନୀତ ପ୍ରାର୍ଥନା ମୋର ଅବସ୍ଥାକୁୁ ଦୃଷ୍ଟିରେ ରଖି ମୋ ପାଇଁ ବାର୍ଦ୍ଧକ୍ୟ ଭତ୍ତା ଦେବାର ବ୍ୟବସ୍ଥା କଲେ ମୁଁ ଚିର ଉପକୃତ ହେବି।
ଇତି
ଆପଣଙ୍କର ବିଶ୍ୱସ୍ତ
କଲ୍ୟାଣୀ ବଢେଇ
ତାରିଖ :
ସ୍ଥାନ :