କଲେଜ ଓ ଛାତ୍ରବାସ ନାମ
ତାରିଖ
ପୂଜାସ୍ପଦ ବାପା,
ମୋର ଭୂମିଷ୍ଠ ପ୍ରମାଣ ନେବେ। ଆଶା କରେ ଆପଣ କୁଶଳରେ ଥିବେ। ଗତକାଲି ଆପଣଙ୍କ ଚିଠି ପାଇଛି। ମୋର ପଢ଼ାପଢ଼ି ଠିକ୍ଭାବେ ଚାଲିଛି। ଚଳିତ ମାସର ଛାତ୍ରାବାସ ଦେୟ ପଇଠ କରିନାହିଁ। ଦୁଇମାସ ତଳେ ମୁଁ ଛାତ୍ରାବାସ ଆସିବାବେଳେ ଆପଣ ଘରେ ନଥିଲେ। ମୁଁ ମା’ଙ୍କଠାରୁ ଅଳ୍ପକିଛି ଟଙ୍କା ଆଣିକରି ଆସିଥିଲି। ସେହି ଟଙ୍କାରୁ ଗତମାସର ଛାତ୍ରାବାସ ଦେୟ ପଇଠ କରିଥିଲି। ଅବଶିଷ୍ଟ ଟଙ୍କାରେ କିଛି ବହି ଓ ଖାତାପତ୍ର କିଣାରେ ଖର୍ଚ୍ଚ ହୋଇଛି। ଚଳିତମାସର ଛାତ୍ରାବାସ ଦେୟ ମୋର ସମସ୍ତ ସାଙ୍ଗ ପଇଠ କରି ସାରିଲେଣି। ମୁଁ କେବଳ ପଇଠ କରିନାହିଁ। ଆପଣ ଛାତ୍ରାବାସ ଦେୟ ୧୦୦୦ ଟଙ୍କା ସହିତ ଆଉ କିଛି ଟଙ୍କା ମୋର ହାତ ଖର୍ଚ୍ଚ ପଠାଇବେ। ଏଠାରେ ଅନ୍ୟ ସମସ୍ତ ଖବର ଭଲ। ଏ ମାସର ପ୍ରଥମ ସପ୍ତାହରେ ମା’ଙ୍କ ପାଖରୁ ଚିଠି ପାଇଥିଲି। ଆପଣ କେବେ ଘରକୁ ଯାଉଛନ୍ତି, ଜଣାଇବେ। ମୁଁ ଯାଇ ଆପଣଙ୍କୁ ସାକ୍ଷାତ କରିବି।
ଆପଣଙ୍କ ଫେରନ୍ତା ଉତ୍ତରକୁ ଚାହିଁ ରହିଲି।
ଇତି
ଆପଣଙ୍କ ପୁତ୍ର
ସନ୍ଦୀପ