ପ୍ରେରକ:
ମେସର୍ସ ଏଣ୍ଡ କମ୍ପାନୀ
ଗେଟ୍ ବଜାର ଛକ, ବ୍ରହ୍ମପୁର, ଗଞ୍ଜାମ
ପ୍ରାପ୍ତେଷୁ :
ବରିଷ୍ଠ ଶାଖା ପରିଚାଳକ
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ
ଗେଟ୍ ବଜାର, ବ୍ରହ୍ମପୁର
ତାରିଖ :
ମହାଶୟ,
ମୁଁ ଶ୍ରୀ ରାମଚନ୍ଦ୍ର ତ୍ରିପାଠୀ, ସାଧାରଣ ପରିଚାଳକ, ଜଣାଉଛି କି ଆପଣଙ୍କ ବ୍ୟାଙ୍କରେ ମୋ ନାମରେ ଆକାଉଣ୍ଟ ନଂ ୩୦୩୯୯୫୫୨୬ର ଗୋଟିଏ ଚଳନ୍ତି ଜମା ଅଛି, ଯାହାକୁ ମୁଁ କେବଳ ସ୍ବତ୍ୱାଧିକାରୀ ଭାବରେ କାରବାର କରୁଅଛି। ମୋ ସହିତ ଅନ୍ୟ ଜଣକୁ ମୋର ବ୍ୟବସାୟରେ ଅଂଶୀଦାର ଭାବରେ ତା ୦୮/୦୬/୨୦୧୩ ରିଖ ପରଠାରୁ ଗ୍ରହଣ କରିବାକୁ ମନସ୍ଥ କରିଛି। ତେଣୁ ଉପର ସୂଚିତ ଚଳନ୍ତି ଖାତାଟିର କାରବାର ଆମ ଦୁଇଜଣଙ୍କ ମଧ୍ୟରୁ କେହି ହେଲେ ଚଳାଇ ପାରିବାର ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ।
ଏହି ସମ୍ପର୍କରେ ମୋତେ କଣ କରିବାକୁ ପଡ଼ିବ, ଦୟାକରି ତାହା ଜଣାଇବାକୁ ଅନୁରୋଧ। ଆପଣଙ୍କ ଠାରୁ ସୂଚନା ପାଇଲା ପରେ ମୁଁ ଏ ବିଷୟରେ ପଦକ୍ଷେପ ନେଇପାରିବି। ଆଶା ଆପଣ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବେ।
ଧନ୍ୟବାଦ ସହ।
ଆପଣଙ୍କର ବିଶ୍ୱସ୍ତ
ଶ୍ରୀ ରାମଚନ୍ଦ୍ର ତ୍ରିପାଠୀ