ପ୍ରେରକ:
ମାନସ କୁମାର ପଣ୍ଡା
ନୂଆସାହି, ବିଡ଼ାନାସୀ
ପ୍ରାପ୍ତେଷୁ :
ଉପଜିଲାପାଳ, କଟକ
(ବିଡ଼ାନାସୀ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ଜରିଆରେ)
ମହାଶୟ,
ନିବେଦନର ଅଭିପ୍ରାୟ ଏହି କି ଯେ ମୋର କନ୍ୟା ଲିନାର ବିବାହ ପୁରୀ ସହରସ୍ଥିତ ବ୍ରାହ୍ମଣସାହି ନିବାସୀ ଶ୍ରୀ ପ୍ରତାପପ ମହାପାତ୍ରଙ୍କ ବଡ଼ପୁଅ ଶୁଭପ୍ରତୀମଙ୍କ ସହିତ ଆସନ୍ତା ଶୁକ୍ରବାର (ତାରିଖ) ଅନୁଷ୍ଠିତ ହେବ। ବର ଓ ବରଯାତ୍ରୀ ବ୍ରାହ୍ମଣସାହି ଠାରୁ ବାହାରି ପୁରୀ ଟାଉନର ଆଦର୍ଶ ମଣ୍ଡପକୁ ଯିବେ। ବର ଶୋଭାଯାତ୍ରା ରାତି ୯ଟାରୁ ବାହାରି ମଣ୍ଡପ ନିକଟରେ ରାତି ପ୍ରାୟ ୧୧ଟାରେ ପହଞ୍ଚିବ। ବରଯାତ୍ରୀଙ୍କ ସଂଖ୍ୟା ଅନୂନ୍ୟ ୧୨୦ ହେବ। ବାଜାବାଲା ଓ ରୋଷଣିବାଲା, ଡିଜେବାଲା ତଥା ଅନ୍ୟାନ୍ୟ ଲୋକ ମିଶି ପ୍ରାୟ ୧୫୦ ଜଣ ବର ସହିତ ଆସିବାର ସମ୍ଭାବନା ରହିଛି।
ଏଣୁ ବିନୀତ ଅନୁରୋଧ ଆପଣ ଦୟାପୂର୍ବକ ଏହି ଶୋଭାଯାତ୍ରା ନିମନ୍ତେ ଅନୁମତି ଦେବା ସହିତ ଆନୁଷଙ୍ଗିକ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିହିତ ପଦକ୍ଷେପ ନେବେ। ଆପଣଙ୍କର ଅବଗତି ପାଇଁ ନିମନ୍ତ୍ରଣ ପତ୍ରରୁ ଖଣ୍ଡିଏ ଏହି ଦରଖାସ୍ତ ସହିତ ସଂଯୋଗ କରି ପଠାଉଛି।
ନୂଆସାହି,
ଖୋରଧା
ତାରିଖ :
ଆପଣଙ୍କର ବିଶ୍ୱସ୍ତ
ମାନସ କୁମାର ପଣ୍ଡା