କଲେଜ ଓ ଛାତ୍ରବାସ ନାମ
ତାରିଖ
ପୂଜ୍ୟାସ୍ପଦ ବାପା,
ମୋର ଭୂମିଷ୍ଠ ପ୍ରଣାମ ନେବ। ଆଶାକରେ ଆପଣ ସେଠାରେ କୁଶଳରେ ଥିବେ। ଆପଣ ଦେଇଥିବା ଚିଠି ମୁଁ ଗତ ସପ୍ତାହରେ ପାଇଥିଲି। ଚିଠିରେ ମୋର ପଢ଼ାପଢ଼ି କଥା ପଚାରିବା ସହିତ ମୋର ଜୀବନ ଲକ୍ଷ୍ୟ ବିଷୟରେ ଜାରିବାକୁ ଚାହିଁଛନ୍ତି। ସେହି ବିଷୟରେ ମୁଁ ଲେଖୁଛି।
ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ମୁଁ ଲକ୍ଷ୍ୟ ରଖିଛି। ସେଥିପାଇଁ ପଢ଼ାପଢ଼ି ପ୍ରତି ଅଧିକ ଧ୍ୟାନ ଦେଉଛି। ଦୃଢ଼ ମନୋବଳ ଓ ଗଭୀର ଆତ୍ମବିଶ୍ବାସ ବଳରେ ମୁଁ ମୋର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବି ବୋଲି ଆଶା ରଖିଛି। ପ୍ରତିଦିନ ପାଠ ବହି ସହିତ ସାଧାରଣ ଜ୍ଞାନ, ଖବରକାଗଜ ଏବଂ ଅନ୍ୟାନ୍ୟ ପୁସ୍ତକ ପଢ଼ାପଢ଼ି କରୁଛି। ବେଳେବେଳେ ଲାଇବ୍ରେରୀ ଯାଇ ସେଠାରେ ବିଭିନ୍ନ ପୁସ୍ତକ ପଢ଼ୁଛି। ଡାକ୍ତର ହୋଇ ଗରିବ ରୋଗୀଙ୍କ ସେବା କରିବାକୁ ପ୍ରାଥମିକତା ଦେବି। ଏଥିପାଇଁ ଆପଣଙ୍କ ଆଶୀର୍ବାଦ ଏକାନ୍ତ କାମ୍ୟ।
ଇତି
ଆପଣଙ୍କ ପୁଅ
ମନୋଜ