| ତୁମ ମହାବିଦ୍ୟାଳୟର ପୁରସ୍କାର ବିତରଣୋତ୍ସବ ବିଷୟ ବର୍ଣ୍ଣନା କରି ଦୂରରେ ଥିବା ସାଙ୍ଗ ନିକଟକୁ ଚିଠି ଲେଖ |
| ପରୀକ୍ଷା ନିମନ୍ତେ ତୁମେ କିପରି ନିଜକୁ ପ୍ରସ୍ତୁତ କରିଛ, ତାହା ଉଲ୍ଲେଖ କରି ସାଙ୍ଗ ନିକଟକୁ ପତ୍ର ଲେଖ |
| ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ରିଲିଫ ବଣ୍ଟନ ପାଇଁ ଅନୁମତି ଓ ସହଯୋଗ ପ୍ରାର୍ଥନା ପୂର୍ବକ ଜିଲାପାଳଙ୍କୁ ଦରଖାସ୍ତ |
| ତୁମ ଜୀବନର ଲକ୍ଷ୍ୟ ବର୍ଣ୍ଣନା କରି ତୁମ ପିତାଙ୍କ ନିକଟକୁ ପତ୍ର ଲେଖ |
| ତୁମେ ଦେଖିଥିବା ଏକ ଆଦିବାସୀ ମେଳା ବର୍ଣ୍ଣନା କରି ତୁମର ଜଣେ ବନ୍ଧୁଙ୍କ ନିକଟକୁ ପତ୍ର ଲେଖ |
| ଛାତ୍ରାବାସ ପ୍ରାପ୍ୟ ପଇଠ କରିବା ନିମିତ୍ତ ଟଙ୍କା ପଠାଇବା ଲାଗି ବାପାଙ୍କ ନିକଟକୁ ପତ୍ର |
| ପାଠ ପଢ଼଼ା ପ୍ରତି ସଚେତନ ହେବାକୁ ସାନ ଭାଇକୁ ପତ୍ର |
| ବଧୂ ନିର୍ଯାତନା ସମ୍ପର୍କରେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଅଭିଯୋଗ |
| ଗ୍ରାମରେ ନଳକୂପ ଖନନ ପାଇଁ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ନିକଟକୁ ଦରଖାସ୍ତ |
| ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ପତ୍ର |
| ବିବାହ ଶୋଭାଯାତ୍ରା ପାଇଁ ଥାନା ଅଧିକାରୀଙ୍କ ଠାରୁ ଅନୁମତି ପତ୍ର |
| ବ୍ୟବସାୟରେ ଅନ୍ୟ ଜଣକୁ ଅଂଶୀଦାର ଗ୍ରହଣ ପୂର୍ବକ ବ୍ୟାଙ୍କକୁ ଚିଠି |
| ବସ୍ରେ ହଜିଥିବା ଜିନିଷ ସମ୍ପର୍କରେ ରାଜ୍ୟ ପରିବହନ ଅଧିକାରୀଙ୍କୁ ପତ୍ର |
| ତୁମ ଅଞ୍ଚଳରେ ଅଚଳ ହୋଇ ପଡ଼ିଥିବା ନଳକୂପ ଗୁଡ଼ିକର ମରାମତି ନିମନ୍ତେ ଦାବିପତ୍ର |
ପ୍ରାପ୍ତେଷୁ : ମାନନୀୟା ଅଧ୍ୟକ୍ଷା, ଶେରଗଡ଼ ଆପଣଙ୍କର ବିଶ୍ବସ୍ତ ଛଦ୍ମରାଣୀ ପଣ୍ଡା
© 2026. All right reserved.
ତୁମ ମହାବିଦ୍ୟାଳୟର ପୁରସ୍କାର ବିତରଣୋତ୍ସବ ବିଷୟ ବର୍ଣ୍ଣନା କରି ଦୂରରେ ଥିବା ସାଙ୍ଗ ନିକଟକୁ ଚିଠି ଲେଖ
ପରୀକ୍ଷା ନିମନ୍ତେ ତୁମେ କିପରି ନିଜକୁ ପ୍ରସ୍ତୁତ କରିଛ, ତାହା ଉଲ୍ଲେଖ କରି ସାଙ୍ଗ ନିକଟକୁ ପତ୍ର ଲେଖ
ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ରିଲିଫ ବଣ୍ଟନ ପାଇଁ ଅନୁମତି ଓ ସହଯୋଗ ପ୍ରାର୍ଥନା ପୂର୍ବକ ଜିଲାପାଳଙ୍କୁ ଦରଖାସ୍ତ
ତୁମ ଜୀବନର ଲକ୍ଷ୍ୟ ବର୍ଣ୍ଣନା କରି ତୁମ ପିତାଙ୍କ ନିକଟକୁ ପତ୍ର ଲେଖ
ତୁମେ ଦେଖିଥିବା ଏକ ଆଦିବାସୀ ମେଳା ବର୍ଣ୍ଣନା କରି ତୁମର ଜଣେ ବନ୍ଧୁଙ୍କ ନିକଟକୁ ପତ୍ର ଲେଖ
ଛାତ୍ରାବାସ ପ୍ରାପ୍ୟ ପଇଠ କରିବା ନିମିତ୍ତ ଟଙ୍କା ପଠାଇବା ଲାଗି ବାପାଙ୍କ ନିକଟକୁ ପତ୍ର
ପାଠ ପଢ଼଼ା ପ୍ରତି ସଚେତନ ହେବାକୁ ସାନ ଭାଇକୁ ପତ୍ର
ବଧୂ ନିର୍ଯାତନା ସମ୍ପର୍କରେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଅଭିଯୋଗ
ଗ୍ରାମରେ ନଳକୂପ ଖନନ ପାଇଁ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ନିକଟକୁ ଦରଖାସ୍ତ
ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ପତ୍ର
ବିବାହ ଶୋଭାଯାତ୍ରା ପାଇଁ ଥାନା ଅଧିକାରୀଙ୍କ ଠାରୁ ଅନୁମତି ପତ୍ର
ବ୍ୟବସାୟରେ ଅନ୍ୟ ଜଣକୁ ଅଂଶୀଦାର ଗ୍ରହଣ ପୂର୍ବକ ବ୍ୟାଙ୍କକୁ ଚିଠି
ବସ୍ରେ ହଜିଥିବା ଜିନିଷ ସମ୍ପର୍କରେ ରାଜ୍ୟ ପରିବହନ ଅଧିକାରୀଙ୍କୁ ପତ୍ର
ତୁମ ଅଞ୍ଚଳରେ ଅଚଳ ହୋଇ ପଡ଼ିଥିବା ନଳକୂପ ଗୁଡ଼ିକର ମରାମତି ନିମନ୍ତେ ଦାବିପତ୍ର
ବଧୂ ନିର୍ଯାତନା ସମ୍ପର୍କରେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଅଭିଯୋଗ
ରାଜ୍ୟ ମହିଳା କମିଶନ,
ଭୁବନେଶ୍ୱର
ବିଷୟ : ନବବଧୂ ପ୍ରତି ତାର ଶ୍ୱଶୁର ଘରର ଅତ୍ୟାଚାର ସମ୍ବନ୍ଧେ
ମହାଶୟା,
ମୁଁ ଶ୍ରୀମତୀ ଛଦ୍ମରାଣୀ ପଣ୍ଡା, ସ୍ୱାମୀ - ଅଜୟ ପଣ୍ଡା, ବୋଇରାଣି, ଗଞ୍ଜାମ ଆପଣଙ୍କ ନିକଟରେ ନିମ୍ନମତେ ଅଭିଯୋଗ ଦାଖଲ କରିବା ସଙ୍ଗେସଙ୍ଗେ ଏ ଅଭିଯୋଗର ସତ୍ୟାସତ୍ୟ ବିଚାର କରିବା ପାଇଁ ଅନୁରୋଧ କରୁଛି। ପ୍ରକାଶଥାଉ କି, ମୋର ବିବାହ ଶ୍ରୀ ଅନଙ୍ଗ ପଣ୍ଡାଙ୍କ ଜ୍ୟେଷ୍ଠ ପୁତ୍ର ଅଜୟଙ୍କ ସହିତ ୨୦୧୦ ମସିହା ଫେବୃଆରୀ ୨୧ ତାରିଖ ଦିନ ସମ୍ପନ୍ନ ହୋଇଥିଲା। ଅଜୟ ସ୍ଥାନୀ ଏମ.ଏଇ. ସ୍କୁଲରେ କିରାଣି ଭାବେ କାର୍ଯ୍ୟରତ।
ବିବାହ ସମୟରେ ବର ପିତା (ମୋ ଶ୍ୱଶୁର) ଯୌତୁକ ବାବଦକୁ ଦୁଇ ଲକ୍ଷ ଟଙ୍କା, ଦଶ ଭରି ସୁନା, ମୋଟରସାଇକଲ ଓ ଅନ୍ୟାନ୍ୟ ଆସବାବପତ୍ର ପାଇଁ ନଗଦ ପଚାଶ ହଜାର ଟଙ୍କା ନେଇଥିଲେ। କିଛି ଦିନ ପରେ ଗୋଟିଏ ଦୋକାନ ଖୋଲିବା ପାଇଁ ମୋ ବାପାଙ୍କ ଠାରୁ ପଚାଶ ହଜାର ଟଙ୍କା ଆଣିବାକୁ ମତେ ବାଧ୍ୟ କଲେ। କିନ୍ତୁ ମୋ ବାପାଙ୍କର ଆର୍ଥିକ ପରିସ୍ଥିତି ଜଣାଇ ତାଙ୍କ ଠାରୁ ଟଙ୍କା ଆଣିବା ପାଇଁ ମୁଁ ମନା କରିଦେଲି। ତେଣୁ ସେହିଦିନ ଠାରୁ ମୋ ଶାଶୂଘର ଲୋକେ ମୋ ଉପରେ ଯାବତୀୟ ଅତ୍ୟାଚାର (ଶାରୀରିକ ଓ ମାନସିକ) କରିଛନ୍ତି। ପ୍ରଥମେ କିଛି ନକହି ସହି ଯାଉଥିଲି। କିନ୍ତୁ ଏବେ ନିର୍ଯାତନା ଅଧିକ ହେବାରୁ ମନସ୍ତାପରେ ଦିନ କାଟୁଛି। ପ୍ରତିଦିନ ସେମାନେ ମୋତେ ମାରଧର କରି ଟଙ୍କା ଆଣିବାକୁ ବାଧ୍ୟ କରୁଛନ୍ତି।
ସ୍ୱାମୀ ମଧ୍ୟ ସେଥିରୁ ବାଦ୍ ପଡ଼ି ନାହାନ୍ତି। ତାଙ୍କ ବ୍ୟବହାରରେ ମଧ୍ୟ ମୁଁ ଖୁସି ନୁହେଁ। ଗୋଟିଏ ସପ୍ତାହ ହେବ ଶାଶୂ, ନଣନ୍ଦ ଓ ଶଶୁର ମିଶି ମୋତେ ମାରଧର କରିଛନ୍ତି। ପିନ୍ଧିଥିବା ଗହଣା ଓହ୍ଲାଇ ନେଇଛନ୍ତି। ମାଡ଼ମାରି ହାତର ଶଙ୍ଖା ମଧ୍ୟ ଭାଙ୍ଗି ଦେଇଛନ୍ତି। ଗତକାଲି ମୋତେ ନିଆଁରେର ପୋଡ଼଼ି ମାରିଦେବାକୁ ଉଦ୍ୟମ କରିଥିଲେ। ମୋ ଚିତ୍କାର ଶୁଣି ପଡ଼ିଶା ଘରର ଲୋକେ କବାଟ ବାଡ଼େଇବାରୁ ମୁଁ ଅଳ୍ପକେ ରକ୍ଷା ପାଇଗଲି। ବାପା ଖବର ପାଇ ଆମ ଘରକୁ ମତେ ନେଇଆସଛିନ୍ତି। ମୁଁ ଏବେ ବାପଘରେ ରହୁଛି।
ଆଗରୁ ବାପା ସ୍ଥାନୀୟ ଥାନା ଅଧିକାରୀଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗଟିଏ ଦେଇଥିଲେ; କିନ୍ତୁ ରାଜନୀତିକ ଚାପ ପକାଇ ସେମାନେ କାର୍ଯ୍ୟାନୁଷ୍ଠାନକୁ ଟାଳି ଦେଇଛନ୍ତି। ଏଣୁ ଏହାର ପ୍ରତିକାର କରିବା ପାଇଁ ମୁଁ ଆପଣଙ୍କ ଠାରେ ଅନୁରୋଧ କରୁଛି। ଆଶା, ଆପଣ ସତ୍ୟତା ଅନୁସନ୍ଧାନ ପୂର୍ବକ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଚିଠି ଓ ଥାନାରେ ଦିଆଯାଇଥିବା ଏଫ୍.ଆଇ.ଆର୍.ର ଅବିକଳ ନକଲ ଆପଣଙ୍କ ଅବଗତି ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏଥି ସହିତ ସଂଯୋଗ କରୁଅଛି।
ତାରିଖ :
ପିତା - ସରୋଜ ମିଶ୍ର
ଗ୍ରାମ - ଶେରଗଡ଼
ଜିଲ୍ଲା - ଗଞ୍ଜାମ
Important Links
More Links