ବିଦ୍ୟାଳୟ ନାମ
ତାରିଖ
ପ୍ରିୟ ସୁଶାନ୍ତ,
ମୋର ହାର୍ଦ୍ଦିକ ଶୁଭେଚ୍ଛା ଗ୍ରହଣ କରିବ। ଗତ ଆଠ ଦିନ ତଳେ ତୁମ ପତ୍ର ପାଇଥିଲି। ପଢ଼ାପଢ଼ିରେ ବ୍ୟସ୍ତ ରହିଥିବା ଯୋଗୁଁ ଚିଠିର ଉତ୍ତର ଦେବାରେ ବିଳମ୍ବ ହୋଇଥିଲା। ମୋର ପରୀକ୍ଷା ପ୍ରସ୍ତୁତି ଉପରେ ତୁମେ ଜାଣିବାକୁ ଚାହିଁଥିଲ। ସେଇକଥା ଏଠାରେ ଲେଖୁଛି। ତୁମେ ତ ଜାଣିଛ, ଆମ ପରୀକ୍ଷା ଆଉ ମାତ୍ର ଚାରି ପାଞ୍ଚ ମାସ ରହିଲା। ଏହି ସୀମିତ ସମୟ ମଧ୍ୟରେ ମୋତେ ଦ୍ୱାଦଶ ଶ୍ରେଣୀର ସମସ୍ତ ବିଷୟ ଓ ସେଥିରେ ଥିବା ସମସ୍ତ ପାଠକୁ ଆୟତ୍ତ କରିବାକୁ ହେବ। ପୂର୍ବରୁ ଦୁଇବର୍ଷର ପାଠ ଓ ସେ ସମସ୍ତ ବିଷୟ ଖୁବ୍ କମ୍ ଦିନରେ ହାସଲ କରିବାକୁ ପଡ଼ୁଥିଲା। ଅବଶ୍ୟ ସେହି ସବୁ ବିଷୟ ଗୁଡ଼ିକର ପ୍ରଶ୍ନ ପ୍ରସ୍ତୁତି ଢାଞ୍ଚା ବଦଳି ଯାଇଥିବା ଏବଂ ସମସ୍ତ ବିଷୟର କ୍ଷୁଦ୍ର ପ୍ରଶ୍ନ ପରୀକ୍ଷାରେ ପଡ଼ୁଥିବାରୁ ସେଥିପ୍ରତି ମୁଁ ଅଧିକ ଯତ୍ନାବାନ ହେଉଛି। ପରୀକ୍ଷା ପାଇଁ ମୁଁ ପ୍ରତିଦିନ ୬ରୁ ୮ଘଣ୍ଟା ପଢ଼ାପଢ଼ି କରୁଛି। ପରୀକ୍ଷା ପାଖେଇ ଆସୁଥିବାରୁ ରିଭିଜନ ପାଇଁ ଅଧିକ ସମୟ ଦେଉଛି। ପରୀକ୍ଷା ଶେଷ ପରେ ସାଙ୍ଗମାନଙ୍କ ଘରକୁ ବୁଲି ଯିବାକୁ ମନସ୍ଥ କରିଛି।
ତୁମେ ତୁମ ପରୀକ୍ଷା ପ୍ରସ୍ତୁତି ବିଷୟରେ କିପରି ପଦକ୍ଷେପ ନେଉଛ ଜଣାଇବ।
ଇତି
ତୁମର ସାଙ୍ଗ
ବିଶେଶ୍ବର