ବିଦ୍ୟାଳୟ ନାମ
ତାରିଖ
ପ୍ରିୟ ଶ୍ରୀହର୍ଷ
ଆନ୍ତରିକ ଶୁଭେଚ୍ଛା ଗ୍ରହଣ କରିବ। ଗତକାଲି ଅପରାହ୍ଣରେ ତୁମ ପ୍ରେରିତ ଚିଠିଟି ମୋର ହସ୍ତଗତ ହେଲା। ଏଥିରେ ତୁମର ଜନ୍ମଦିବସ କଥା ଲେଖିଥିବାରୁ ତାହା ପଢ଼ି ମୁଁ ବିଶେଷ ଆନନ୍ଦିତ ହେଲି। ଲେଖା ପ୍ରସଙ୍ଗରେ ତୁମେ ଆମ ମହାବିଦ୍ୟାଳୟ ପୁରସ୍କାର ବିତରଣୋତ୍ସବ କଥା ଜାଣିବାକୁ ଚାହିଁ ଥିବାରୁ ଏହି ଚିଠିରେ ତାହା ଉଲ୍ଲେଖ କରୁଛି। ଗତ ଏପ୍ରିଲ୍ ୨୭ ତାରିଖରେ ଆମ ମହାବିଦ୍ୟାଳୟର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ଉଦ୍ଘାଟକ ରୂପେ ଯୋଗ ଦେଇଥିବା ଜିଲାପାଳ ମହୋଦୟ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ। ଅପରାହ୍ଣ ଠାରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତି ୮ଟାରେ ଶେଷ ହୋଇଥିଲା। ମହାବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଇତି
ତୁମର ସାଙ୍ଗ
ଆଶୁତୋଷ