ସ୍ଥାନ :
ତାରିଖ :
ସ୍ନେହର ଜାନକୀ,
ମୋର ସ୍ନେହ ନେବୁ। ବାପା ଓ ମା’ଙ୍କୁ ମୋର ପ୍ରଣାମ ଜଣାଇ ଦେବୁ। ତନୁଜା ଓ ଦେବୁଙ୍କୁ ମୋର ସ୍ନେହାଶିଷ ଜଣାଇଦେବୁ। ଗତ ସପ୍ତାହରେ ମା’ଙ୍କ ଠାରୁ ଚିଠି ପାଇଥିଲି। ସେ ତୋ ବିଷୟରେ ବିରକ୍ତ ହୋଇ ଚିଠିଟି ଲେଖିଥିଲେ। ତୁ ପାଠପଢ଼ା ଛାଡ଼ି ଖେଳକୁଦରେ ବେଶି ସମୟ ଦେଉଛୁ। ସୁସ୍ଥ ଶରୀର ପାଇଁ ଖେଳକୁଦ ଅପରିହାର୍ଯ୍ୟ। ମାତ୍ର ପାଠପଢ଼ା ସମୟରେ ଖେଳ ପ୍ରତି ଅଧିକ ଧ୍ୟାନଦେବା ଜରୁରୀ ନୁହେଁ। ବହୁ ସମୟରେ ତୁ ଟିଭି ଦେଖୁଥିବା ମା’ ଚିଠିରେ ଲେଖିଛନ୍ତି। ଟିଭି ଦେଖା କମ୍ କରି ପାଠପଢ଼ା ପ୍ରତି ଅଧିକ ଧ୍ୟାନ ଦେବୁ।
ଏବେ ତୁ ଦଶମ ଶ୍ରେଣୀରେ ପଢ଼଼ୁଛୁ। ଆଗକୁ ତୋ ବୋର୍ଡ଼ ପରୀକ୍ଷା ଆସୁଛି। ଏଥିପ୍ରତି ସଚେତନ ହେବା ତୋ ପକ୍ଷରେ ଜରୁରୀ ଅଟେ। ତେଣୁ ଖେଳ ଓ ଟିଭି ଦେଖାରେ ସମୟ ନଷ୍ଟ ନ କରି ତୋର ପାଠପଢ଼ା ପ୍ରତି ଅଧିକ ଦୃଷ୍ଟି ଦେବୁ। ତୋର ଆଗାମୀ ପରୀକ୍ଷାଫଳ ନିଶ୍ଚିତ ଭାବରେ ଆଶାଜନକ ହେବ, ଏଥିରେ ସନ୍ଦେହ ନାହିଁ। ମୋର ଉପଦେଶ ପ୍ରତି ଦୃଷ୍ଟି ଦେବୁ ବୋଲି ଆଶା। ଈଶ୍ୱରଙ୍କ କୃପାରୁ ସେଠାରେ ଭଲରେ ଥିବୁ।
ଇତି
ତୋର ବଡ଼ଭାଇ
ମନୁ