ସମ୍ମାନନୀୟ ଓଡ଼ିଶା ଶାଟା ପରିଚାଲନା ନିର୍ଦ୍ଦେଶକ,
ହିନ୍ଦୁସ୍ଥାନ ଲିଭର କମ୍ପାନୀ, କଟକ
ମହଶୟ,
ସମ୍ମାନର ସହିତ ଲିଖିତ ଆବେଦନ କରୁଛି ଯେ, ମୁଁ ୨୨-୧୦-୨୦୨୬ ତାରିଖ ଦୈନିକ ଓଡ଼ିଆ ଖବରକାଗଜ ‘ସମାଜ’ରେ ପ୍ରକାଶିତ ଆପଣଙ୍କ ବିଜ୍ଞାପନ ନଂ – ୧୦୧ ରୁ ଜାଣିବାକୁ ପାଇଲି ଯେ ଆପଣଙ୍କ ଓଡ଼ିଶା ଶାଖା କାର୍ଯ୍ୟାଳୟରେ ୧୦ଗୋଟି ପରିଚାଳନା ପ୍ରତିନିଧ୍ଵ ପଦବୀ ଖାଲି ରହିଛି । ଏହି ବିଜ୍ଞାପିତ ପଦବୀରେ ନିଯୁକ୍ତି ପାଇବା ପାଇଁ ମୋର ଶିକ୍ଷାଗତ ଯୋଗ୍ୟତା ଓ ସ୍ଥାନୀୟ ଅଭିଜ୍ଞତା ମଧ୍ୟ ରହିଛି । ଏହି ମର୍ମରେ ମୁଁ ମୋର ଆତ୍ମ-ବିବରଣୀ ନିମ୍ନମତେ ପ୍ରଦାନ କରୁଛି; ଯାହାକୁ ବିଚାରକୁ ନେଇ ମୋତେ ପ୍ରତ୍ୟକ୍ଷଭାବରେ ସାକ୍ଷାତ୍କାର କାର୍ଯ୍ୟକ୍ରମକୁ ଡକାଇ ମୋର ଦକ୍ଷତା ପରୀକ୍ଷଣ କରାଇବାର ଏକ ସୁଯୋଗ ମୋତେ ଦେଇ ଉକ୍ତ ପଦବୀରେ ମୋତେ ନିଯୁକ୍ତି ପ୍ରଦାନ କରିବା ହେଲେ ମୁଁ ଆପଣଙ୍କ ବିଚାର ଓ ବଦାନ୍ୟତା ପାଖରେ କୃତଜ୍ଞ ହୋଇ ରହିବି ।
ଧନ୍ୟବାଦର ସହିତ
ଶ୍ରୀକାନ୍ତ ପାଇକରାୟ
ତା – ୨୪.୨୦.୨୦୨୬
ଆବେଦ ସହିତ ମୋର ପ୍ରମାଣପତ୍ରର ନକଲ ସନ୍ନିବେଶିତ କରୁଛି
| ନାମ |
ଶ୍ରୀକାନ୍ତ ପାଇକରାୟ |
| ଯୋଗ୍ୟତା |
+୩ ବିଜ୍ଞାନ |
| ଅତିରିକ୍ତ ଯୋଗ୍ୟତା |
୪ ବର୍ଷ ଏମଡିକେ ଡିଟରଜେଣ୍ଟ କମ୍ପାନୀରେ ଜିଲା ପ୍ରତିନିନିଧି |
| ଯୋଗାଯୋଗ ଠିକଣା |
ସା/ପୋ - ଅରିଲୋ, ଜିଲା - ଜଗତସିଂହପୁର |
| ସଂଯୋଗ ପ୍ରମାଣପତ୍ର |
ବୋର୍ଡ ସାର୍ଟିଫିକେଟ
+୨ ବିଜ୍ଞାନ ସାର୍ଟିଫିକେଟ
+୩ ବିଜ୍ଞାନ ସାର୍ଟିଫିକେଟ
ଅଭିଜ୍ଞତା ପ୍ରମାଣପତ୍ର ନକଲ |