ତାରିଖ : ୧୧. ୦୧. ୨୦୨୬
ପତ୍ର ନଂ. : ୦୧୫
ପ୍ରେରକ : ସର୍ପରାଜ ଡିଷ୍ଟ୍ରିବ୍ୟୁଟର୍ସ, ବଲାଙ୍ଗିର
ପ୍ରାପ୍ତି : ମୁଖ୍ୟ ପରିଚାଳକ, ବର୍ଜର ରଙ୍ଗ କମ୍ପାନୀ, ମୁମ୍ବାଇ
ଓଡ଼ିଶା ଶାଖା, ଭୁବନେଶ୍ବର
ବିଷୟ : ରଙ୍ଗର ନକଲି ଓ ପରିମାଣଗତ କମ୍ ରହିବା ଅଭିଯୋଗ ସଂପର୍କରେ
ମହାଣୟ,
ଦୁଃଖର ସହିତ ଜଣାଉଛୁ ଯେ, ଏସିଆନ୍ ପେଣ୍ଟ୍, ସାଲିମାର ପେଣ୍ଟ୍, ବର୍ଡର ପେଣ୍ଟ୍, କୋଣାର୍କ ପେଣ୍ଟ୍ ସହିତ ଆପଣଙ୍କ ରଙ୍ଗ କମ୍ପାନୀ ସହିତ ଚୁକ୍ତିବଦ୍ଧ ହୋଇ ଆମେ ରଙ୍ଗ ବିକ୍ରୟପାଇଁ ସାମୁଦାୟିକ ବିତରକ ଦାୟିତ୍ଵ ୫ ବର୍ଷ ଧରି ତୁଲାଇ ଆସୁଛୁ । ଆପଣଙ୍କ ରଙ୍ଗର ଚାହିଦା ଭୁବନେଶ୍ଵର ଆଞ୍ଚଳିକ ପରିସରରେ ବେଶ୍ ଯଥେଷ୍ଟ ଥିଲା । ମାତ୍ର ଏହି ତିନିମାସ ଧରି ଆପଣଙ୍କ କାଠରଙ୍ଗ ଓ ଘର କାନ୍ଥରଙ୍ଗ ବିଷୟରେ ଗ୍ରାହକମାନେ ଅନେକ ଅଭିଯୋଗ ଆଣୁଛନ୍ତି । (୭ ଜଣ ଅଭିଯୋଗକାରୀଙ୍କ ପତ୍ର ସଂଯୁକ୍ତ କଲୁ) ବିଶେଷକରି ରଙ୍ଗର ଉଜ୍ଜଳତା, ଚିକ୍କଣତା ସହିତ ପ୍ରତି ପ୍ୟାକ୍ ଡବାରେ ଓଜନରେ କମ୍ ପରିମାଣ ରଙ୍ଗ ପେଷ୍ଟକ୍ ଆଦି ବିଷୟ ଉପରେ ଅଭିଯୋଗ ହେଉଛି । ଏପରିକି ଅନେକ ଗ୍ରାହକ ଉପଭୋକ୍ତା ଆଇନର ଆଶ୍ରୟ ନେବାର ଧମକ ଦେଉଛନ୍ତି ।
ଏହି ପରିପ୍ରେକ୍ଷୀରେ ଆମେ ଉନ୍ନତମାନର ରଙ୍ଗ ଯୋଗାଇ ଦେବାକୁ, ବଳକା ଥିବା ରଙ୍ଗ ଡବାଗୁଡ଼ିକ ଫେରସ୍ତ ନେବାକୁ ଓ ପୂର୍ବରୁ କ୍ରୟ କରି କ୍ଷତିରେ ପଡ଼ିଥିବା ଅସନ୍ତୁଷ୍ଟ ଗ୍ରାହକମାନଙ୍କୁ ସନ୍ତୁଷ୍ଟ କରିବାକୁ ଏହି ପତ୍ର ମାଧ୍ୟମରେ ଅନୁରୋଧ କରୁଛୁ । ଆପଣଙ୍କ ପଦକ୍ଷେପ ହିଁ ଆପଣଙ୍କ ରଙ୍ଗର ବଜାର ବିତରକ ହେବାପାଇଁ ଆଗାମୀ ଦିନରେ ଆମକୁ ସାହାଯ୍ୟ କରିବ ।
ଧନ୍ୟବାଦ ସହିତ ।
ଆପଣଙ୍କ ବିଶ୍ଵସ୍ତ
ମ୍ୟାନେଜର, ସର୍ପରାଜ ଡିଷ୍ଟ୍ରିବ୍ୟୁଟର୍ସ
ବଲାଙ୍ଗିର