ପ୍ରେରକ : ସ୍ବପ୍ନା ଭେରାଇଟି ଷ୍ଟୋର
ସହିଦ ନଗର, ଭୁବନେଶ୍ୱର
ପ୍ରାପ୍ତି : ସମ୍ମାନାୟ ନିର୍ଦ୍ଦେଣକ
ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ଵବିଦ୍ୟାଳୟ
ଓଡ଼ିଶା ଆଞ୍ଚଳିକ ଶାଖା, ଭୁବନେଶ୍ଵର
ବିଷୟ : କାର୍ଯ୍ୟାଳୟ ପାଇଁ ଆବଶ୍ୟକ ଉପକରଣ ଯୋଗାଣ ସମ୍ବନ୍ଧରେ
ମହ।ଶୟ,
ଆପଣଙ୍କ ବିଜ୍ଞପ୍ତି ନଂ- ୧୮୨, ତା ୧୨.୨.୨୬ ଅନୁସାରେ ମୁଁ ଆପଣଙ୍କ ଅନୁଷ୍ଠାନକୁ ବିଜ୍ଞପ୍ତିରେ ଆହ୍ଵାନ କରାଯାଇଥିବା ଆଫିସିକ ସାମଗ୍ରୀମାନ ଅନ୍ୟାନ୍ୟ ବିତରକମାନଙ୍କଠାରୁ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ଆଗ୍ରହ ପ୍ରକାଶ କରୁଛି । ମୁଁ ପ୍ରତିଶ୍ରୁତି ଦେଉଛି ଯେ ସୁଲଭ ଭେରାଇଟି ଷ୍ଟୋର ନୂତନ ହୋଇ ଖୋଲା ହୋଇଥିଲେ ମଧ୍ୟ ବର୍ତ୍ତମାନର ନକଲି ବଜାର କାରବାରଠାରୁ ଏହା ସମ୍ପୂର୍ଣ୍ଣ ମୁକ୍ତ ଏବଂ ମୁଁ ଗୁଣାତ୍ମକ ସାମଗ୍ରୀ ଯଥାର୍ଥ ସର୍ଭ ବା ଗ୍ୟାରେଣ୍ଟି ସହିତ ଯୋଗାଇ ଦେବି । ଜିନିଷଗୁଡ଼ିକ ଆପଣଙ୍କଠାରୁ ନିର୍ଦ୍ଦେଶନାମା ପାଇବାର ସାତଦିନ ମଧ୍ୟରେ ଆପଣଙ୍କ ଭଣ୍ଡାରରକ୍ଷକଙ୍କ ପାଖରେ ପହଞ୍ଚିବ । ଏହି ମର୍ମରେ ଆପଣଙ୍କ ବିଜ୍ଞପ୍ତି ଅନୁସାରେ ଏକ ବିତରକ ସର୍ଭ ଚିଠା ଓ ନମୁନା ଏଥ୍ ସହିତ ପଠାଇଲି ।
ଏଣୁ ଯଥେଷ୍ଟ ଆଶା ରଖୁଛି ଯେ ନୂତନ କରି ଭେରାଇଟି ଷ୍ଟୋରଟିଏ ଖୋଲି ଆତ୍ମନିର୍ଭରଶୀଳତାର ସ୍ଵପ୍ନ ଦେଖୁଥିବା ମୋ ପରି ଏକ ଶିକ୍ଷିତ ଯୁବକକୁ ଆପଣ ସାମଗ୍ରୀ ଯୋଗାଣ କରିବାର ସୁବିଧା ପ୍ରଦାନ କରିବା ହେବେ ।
ତା ୧୧.୧୧.୨୦୨୬
ଆପଣଙ୍କର ବିଶ୍ୱସ୍ତ
ଆଦର୍ଶ କୁମାର ପତି
ବିତରକ : ସ୍ବପ୍ନା ଭେରାଇଟି ଷ୍ଟୋର
ସିଡିଏ, ମ
ବିତରଣ ସାମଗ୍ରୀ ସୂଚୀ ଓ ମୂଲ୍ୟ ରୂପରେଖ:
୧। ଲିଙ୍କ୍ ଡଟ୍ପେନ୍ – ଡଜନ୍ – ୮୦ ଟଙ୍କା (ନମୁନା ପ୍ରଦତ୍ତ)
୨। ସାଇ ଆଲ୍ପିନ୍ – ୧ ଡବା – ୩୦ ଟଙ୍କା (ନମୁନା ପ୍ରଦତ୍ତ)
୩ । ସାଇ ପେନ୍ଷ୍ଟାଣ୍ଡ – ୧ ପିସ୍ – ୧୫୦ ଟଙ୍କା (ନମୁନା ପ୍ରଦତ୍ତ)
୪ । ଲିଙ୍କ୍ ଲିଡ୍ (କଳା | ନୀଳ| ନାଲି) ପ୍ରତି ଡଜନ୍ – ୩୮ ଟଙ୍କା (ନମୁନା ପ୍ରଦତ୍ତ)
୫ । ପ୍ରିୟା ଟ୍ୟାଗ୍ – ପ୍ରତି ୧୨ ବଣ୍ଡଲ୍ – ୭୦ ଟଙ୍କା ( ନମୁନା ପ୍ରଦତ୍ତ)
୬ । ଅଫିସ୍ ପ୍ୟାଡ୍ – ୧୦୦ ପୃଷ୍ଠାବିଶିଷ୍ଟ ପ୍ରତି ଖଣ୍ଡ – ୩୦ ଟଙ୍କା
୭ । କ୍ୟାମେଲ୍ ଅଠା – ପ୍ରତି ୫୦୦ ଗ୍ରାମ୍ ବୋତଲ – ୬୦ ଟଙ୍କା (ନମୁନା ପ୍ରଦତ୍ତ )
୮। କ୍ୟାମେଲ୍ (ଏଚ୍.ବି.) ପେନ୍ସିଲ – ପ୍ରତି ଡଜନ୍ – ୫୪ ଟଙ୍କା (ନମୁନା ପ୍ରଦତ୍ତ )