ପତ୍ରାଙ୍କ ନଂ : ୧୦୦୫/୨୦୨୬ ଏଫ୍.ଡ଼ି.
ତାରିଖ : ୧୯.୬.୨୬
ପ୍ରେରକ :
ଅରୂପାନନ୍ଦ ଦାସ, ମୁଖ୍ୟ ଅଫିସ୍ ଅଧିକାରୀ,
ମଧୁପୁର ମହାବିଦ୍ୟାଳୟ, ଧର୍ମଶାଳା, ଯାଜପୁର
ପ୍ରାପ୍ତି : ପରିଚାଳକ, ଗୋକର୍ଣ୍ଣେଶ୍ଵର ସମବାୟ ଭଣ୍ଡାର, ଧର୍ମଶାଳା
ବିଷୟ : ମହାବିଦ୍ୟାଳୟ କାର୍ଯ୍ୟାଳୟ ପରିଚାଳନା ନିମନ୍ତେ ବିବିଧ ଉପକରଣ ଯୋଗାଣ ସମ୍ବନ୍ଧରେ
ମହାଶୟ,
ଆମ ମଧୁପୁର ମହାବିଦ୍ୟାଳୟର ପରିଚାଳନା ସମିତି ତାଙ୍କର ଅଧୂବେଶନ ନଂ ୧୦୧, ୨୮.୨.୨୧ ତାରିଖରେ ଆଗାମୀ ବର୍ଷ ନିମନ୍ତେ ସର୍ବମୋଟ ୫୦,୦୦୦/- (ପଚାଶ ହଜାର) ଟଙ୍କାର ଏକ ଆର୍ଥିକ ଅଟକଳ ବିବିଧ କାର୍ଯ୍ୟାଳୟ ସାମଗ୍ରୀ କ୍ରୟ ନିମନ୍ତେ ଅନୁମୋଦନ କରିଛନ୍ତି । ଏହି କ୍ରମରେ ଆମେ ଆପଣଙ୍କ ସମବାୟ ଭଣ୍ଡାର ମାଧ୍ୟମରେ ନିମ୍ନଲିଖ ଆଫିସିକ ଉପକରଣଗୁଡ଼ିକ କ୍ରୟ କରିବାକୁ ଚାହୁଁଛୁ । ତେଣୁ ଆପଣ ଉପଯୁକ୍ତ ଓ ପଣଙ୍କ ଦ୍ବାରା ଯୋଗାଇ ଦେବାର ସମ୍ଭାବନା ଥିବା ସର୍ବଶ୍ରେଷ୍ଠ ସାମଗ୍ରୀଗୁଡ଼ିକର ନମୁନା ସହିତ ଏକ କ୍ରୟବିକ୍ରୟଜନିତ ଅଗ୍ରିମ ଚିଠା ପ୍ରଦାନ କରିବା ହେବେ ।
ଆପଣଙ୍କଠାରୁ ଏ ସଂକ୍ରାନ୍ତରେ ଆନୁଷ୍ଠାନିକ ଭାବରେ ସମ୍ମତି ଆଶା କରୁଛୁ ଓ ଦ୍ରବ୍ୟ ଯୋଗାଣ ପାଇଁ ଅନୁରୋଧ କରୁଛୁ ।
ଧନ୍ୟବାଦ ସହିତ ।
ଆପଣଙ୍କର ବିଶ୍ଵାସ୍ତ
ଅରୂପାନନ୍ଦ ଦାସ
ମୁଖ୍ୟ ଅଫିସ୍ ଅଧିକାରୀ
ମଧୁପୁର ମହାବିଦ୍ୟାଳୟ
ଆବଶ୍ୟକ ଉପକରଣ ଚିଠା:
୧। ଜେ. କେ. ବଣ୍ଡ ପେପର -୨୦ ରିମ୍
୨ । ଫାଇଲ – ୧୦ ଡଜନ
୩ ।ଡଟ୍ଲିଡ୍ ନୀଳ କାଳିର – ୧୦ ଡଜନ