Odia-English Online
Dictionary & Grammar

  • Home
  • Browse Word
  • Grammar
  • Input Tools
  • Translation
  • Proverbs
  • Word Book
Odia - English
Dictionary
  • Home
  • Dictionary
    • 1. Prasasaba Dictionary
    • 2. Shrimandir Dictionary
    • 3. Samalpuri Dictionary
  • Grammar
  • Browse Word
  • Word Book
  • Proverbs
  • Odia Translatations
  • Odia Typing
  • Lession [Trending]
  • TechDaily
Odia English


 

Main Word

Odia Grammar : Topic & Details

Topics
Odia Grammar
  • ବାକ୍ୟବିଚାର
  • ଶବ୍ଦ
  • ଶବ୍ଦର ପ୍ରକାର ଭେଦ
  • ସନ୍ଧି
  • ଲିଙ୍ଗ
  • ବଚନ
  • ସମାସ
  • କୃଦନ୍ତ
  • କାରକ
  • ବିଭକ୍ତି
  • ପୁରୁଷ
  • ଉପସର୍ଗ ଓ ପ୍ରତ୍ୟୟ

Odia Grammar
  • ବାକ୍ୟବିଚାର
  • ବାକ୍ୟର ପ୍ରକାର ଭେଦ
  • ଶବ୍ଦ
  • ଶବ୍ଦର ପ୍ରକାର ଭେଦ
  • ସନ୍ଧି
  • ଲିଙ୍ଗ
  • ବଚନ
  • ସମାସ
  • କାରକ
  • ବିଭକ୍ତି
  • ପୁରୁଷ
  • ଉପସର୍ଗ ଓ ପ୍ରତ୍ୟୟ

ଶବ୍ଦର ପ୍ରକାର ଭେଦ
ଆମଭାଷାରେ ଅନେକ ଯୁଗ୍ମଶବ୍ଦର ପ୍ରଚଳନ ଅଛି । ଯଥା:- ବାଟଘାଟରେ ଯା'ଆସ କରିବାବେଳେ ଦେଖୁଦେଖୁକା ଚାଲିବା ଉଚିତ । ଏହିବାକ୍ୟରେ ବଡ଼ ଅକ୍ଷରରେ ଲିଖତ ଶବ୍ଦ ଗୁଡ଼ିକ ହେଉଛନ୍ତି ଯୁଗ୍ମଶବ୍ଦ । ଏଥିରେ ତିନୋଟି ଯୁଗ୍ମଶବ୍ଦ ରହିଛି । ଯୁଗ୍ମଶବ୍ଦ ଗଠନ ପ୍ରଣାଳୀର ଭିନ୍ନତା ନିମ୍ନରେ ପ୍ରଦତ୍ତ ହେଲା ।
ଯୁଗ୍ମ ଶବ୍ଦ
୧) ବିପରୀତାର୍ଥବୋଧକ ଦୁଇଶବ୍ଦର ସଂଯୋଗରେ ଗଠିତ ଯୁଗ୍ମଶବ୍ଦ ।
  • ଭଲମନ୍ଦ, ଖାଲଢ଼ିପ, ଜମାଖର୍ଚ୍ଚ, କିଣାବିକା, ସୁଖଦୁଃଖ, ବଡ଼ସାନ, ଜୀବନମରଣ, ସତମିଛ ଇତ୍ୟାଦି ।

(୨) ସମାର୍ଥକ ଦୁଇ ପଦର ସଂଯୋଗରେ ଗଠିତ ଯୁଗ୍ମଶବ୍ଦ

  • ହଣାମରା, ବନ୍ଧୁବାନ୍ଧବ, ଗୋରୁଗାଈ, ଧନରନ୍, ମଉଜମଜଲିସ୍, ଜୀବଜନ୍ତୁ ଇତ୍ୟାଦି ।

(୩) ଅର୍ଥଥିବା ଓ ଅର୍ଥନଥିବା ଦୁଇ ଶବ୍ଦ ମିଶ୍ରଣରେ ଗଠିତ ଯୁଗ୍ମଶବ୍ଦ

  • ଗପସପ ଏଥିରେ ' ଗପ'ର ଅର୍ଥ ଅଛି କିନ୍ତୁ 'ସପ' ଶବ୍ଦ ଏଠାରେ ଅର୍ଥବିହୀନ । ଏହାକୁ କଥାର କଥା ବୋଲି କହନ୍ତି ସେହି ଜାତୀୟ ଶବ୍ଦଗୁଡ଼ିକ ହେଉଛନ୍ତି କାମଦାମ, ବାସନକୁସନ, ପେଟପାଟଣା, ଘରଫର, ବିକ୍ରିବଟା ଇତ୍ୟାଦି ।

(୪) କ୍ରିୟାବାଚକ ବିଶେଷ୍ୟ ସହ ଅସମାପିକା କ୍ରିୟାର ମିଳନ ଯୋଗେ ଗଠିତ ଯୁଗ୍ମଶବ୍ଦ

  • ହଣାହଣି, ଲଗାଲଗି, ଲେଖାଲେଖ୍, ପଢ଼ାପଢ଼ି, ପିଟାପିଟି, ଧସ୍ତାଧସ୍ତି, ଶୁଣାଶୁଣି ଇତ୍ୟାଦି

(୫) ଦ୍ବିରୁକ୍ତ ଶବ୍ଦ 

  • ସମାନ ଶବ୍ଦ ଦୁଇଥର ପ୍ରୟୋଗ କରାଯାଇ ଯୁଗ୍ମଶବ୍ଦ ଗଠିତ ହୋଇଥାଏ । ଏଗୁଡ଼ିକୁ ଦ୍ବିରୁକ୍ତ ଶବ୍ଦ କୁହାଯାଏ ଝରଝର, ଛଳଛଳ, ଧୁଧୁ, ପେଁ ପେଁ, ଆପେ ଆପେ, ସିଧାସିଧା, ବାଟେବାଟେ, କାନେକାନେ ଇତ୍ୟାଦି ।
ସମୋଚ୍ଚାରିତ ଶବ୍ଦ
🖝  କେତେକ ଶବ୍ଦ ଅଛି ଯାହାର ଉଚ୍ଚାରଣ ସମାନ ଥିବାବେଳେ ଅର୍ଥରେ ପରିବର୍ତ୍ତନ ଘଟୁଛି । ଆମ ଭାଷାରେ ସେହିଭଳି ଅନେକ ଶବ୍ଦ ଅଛି
ଅଶନ ଭୋଜନ
ଚିର ଦୀର୍ଘକାଳ
ଅସନ କ୍ଷେପଣ
ଚୀର ଛିଣ୍ଡାକନା
ଈଶ ଈଶ୍ବର
ଦିନ ଦିବସ
ଈଷ ଲଙ୍ଗଳଦଣ୍ଡ
ଦୀନ ଗରିବ
କୂଳ ବଂଶ
ଦୀପ ଆଲୋକ ପ୍ରଦାନ କରୁଥିବା ବସ୍ତୁ
କଳ ତଟ
ଦ୍ବୀପ ଜଳବେଷ୍ଟିତ ଭୂଖଣ୍ଡ
କୃତି କାର୍ଯ୍ୟ
ପୁତ ପୁଅ
କୃତୀ ଦକ୍ଷ
ପୂତ ପବିତ୍ର
ଗିରିଶ ମହାଦେବ, ଶିବ, ବୃହସ୍ପତି
ବଳି ତ୍ୟାଗ, ହତ୍ୟା
ଗିରୀଶ ଶ୍ରେଷ୍ଠଗିରି
ବଳୀ ବଳୁଆ
ଚୁଡ଼ା ଖାଦ୍ୟବିଶେଷ
ଲକ୍ଷ ସଂଖ୍ୟାବିଶେଷ
ଚୂଡ଼ା ଅଗ୍ରଭାଗ
ଲକ୍ଷ୍ୟ ଉଦ୍ଦେଶ୍ୟ
ବିପରୀତାର୍ଥବୋଧକ ଶବ୍ଦ
🖝  ପ୍ରତ୍ୟେକ ଭାଷା ପରି ଆମ ଭାଷାରେ ମଧ୍ୟ କେତେକ ବିପରୀତାର୍ଥବୋଧକ ଶବ୍ଦର ପ୍ରୟୋଗ ରହିଛି । ତହିଁରୁ ନିମ୍ନରେ କେତେକ ଶବ୍ଦ ପ୍ରଦତ୍ତ ହେଲା
ଶବ୍ଦ ବିପରୀତାର୍ଥବୋଧକ ଶବ୍ଦ
ଅପେକ୍ଷା ଉପେକ୍ଷା
ଜ୍ଞାନୀ ଅଜ୍ଞାନ
ଅସଲ ନକଲ
ଦୁଷ୍ଟ ଶିଷ୍ଟ
ଅଲଣା ଲୁଣିଆ
ପ୍ରାଚୀନ ନବୀନ ଅର୍ବାଚୀନ
ଆଗ ପଛ
ପଣ୍ଡିତ ମୂର୍ଖ
ଆନନ୍ଦ ନିରାନନ୍ଦ ବିଷାଦ
ପାପ ପୁଣ୍ୟ
ଆଲୁଅ ଅନ୍ଧାର
ବନ୍ଧନ ମୋଚନ
ଆବାହନ ବିସର୍ଜନ
 ବଦ୍ଧ ମୁକ୍ତ
ଆଦାନ ପ୍ରଦାନ
ଭଲ ମନ୍ଦ
ଇହ ପର
ମାନ ଅପମାନ
ଇଷ୍ଟ ଅନିଷ୍ଟ
ମସୃଣ ବନ୍ଧୁର
ମିତ୍ର ଶତ୍ରୁ
ଉପକାର ଅପକାର
ଉଦୟ ଅସ୍ତ
ଲୋଭୀ ନିର୍ଲୋଭ
ସାମ୍ୟ ବୈଷମ୍ୟ
ଉଠାଣି ଗଡ଼ାଣି
କୃପଣ ବଦାନ୍ୟ
ସୁଲଭ ଦୁର୍ଲଭ
ହ୍ରସ୍ଵ ଦୀର୍ଘ
ଖୋଲା ମୁଦା
ଖାଲ ଢିପ
କ୍ଷୁଦ୍ର ବୃହତ୍
ଚେମଡ଼ା ମସ୍‌

 

ସନ୍ନନ୍ତ, ଯଙ୍‌ନ୍ତ, ଣିଜନ୍ତ
🖝  ସନ୍ନନ୍ତ, ଯନ୍ତ, ଣିଜନ୍ତ ଦ୍ଵାରା ମଧ୍ୟ ନୂତନ ଶବ୍ଦ ଗଠିତ ହୋଇଥାଏ ।
  • ସନ୍ନନ୍ତ

 'ଇଚ୍ଛା' ଅର୍ଥରେ ଧାତୁ ପରେ 'ସନ୍' ପ୍ରତ୍ୟୟ ହୁଏ ଏହି 'ସନ୍' ପ୍ରତ୍ୟୟନିଷ୍ପନ୍ନ ପଦକୁ 'ସନ୍ନନ୍ତ ପଦ' କହନ୍ତି ଧାତୁ ସହିତ 'ସନ୍' ପ୍ରତ୍ୟୟ ଯୋଗ କରାଯିବା ପରେ 'ଆ' ଏବଂ 'ଉ' ପ୍ରତ୍ୟୟ ଯୁକ୍ତ ହୋଇଥାଏ ।

  1. ଧାତୁ + ପ୍ରତ୍ୟୟ = ସନ୍ନନ୍ତପଦ

  2. ପିଇବାର ଇଚ୍ଛା - ପା+ସନ୍+(ଆ) = ପିପାସା
  3. ଜୟ କରିବାର ଇଚ୍ଛା - ଜି+ସନ୍(+ଆ) = ଜିଗ୍ରୀଷା
  4. ଶୁଣିବାର ଇଚ୍ଛା । ସେବା କରିବାର ଇଚ୍ଛା - ଶୁ+ସନ୍ (+ଆ) = ଶୁଶ୍ରୂଷା
  5. ଲାଭ କରିବାର ଇଚ୍ଛା - ଲଭ+ସନ୍ (+ଆ) = ଲିପ୍‌ସା
  6. ଭୋଜନ କରିବାର ଇଚ୍ଛା - ଭୁଜ୍+ସନ୍ (+ଆ) = ବୁଭୁକ୍ଷା
  7. ଜାଣିବାର ଇଚ୍ଛା - ଜ୍ଞା+ସନ୍(+ଆ) ଜିଜ୍ଞାସା
  8. ପଠନ କରିବାର ଇଚ୍ଛା - ପଠ+ସନ୍ (+ଆ) = ପିପଠିଷା
  9. ଗମନ କରିବାର ଇଚ୍ଛା - ଗମ୍+ସନ୍ (+ଆ) - ଜିଗମିଷା
  • ଜଙ୍‌ନ୍ତ

🖝  ଆତିଶଯ୍ୟ ବୁଝାଇବା ପାଇଁ ଧାତୁରେ ' ଯଡ' ପ୍ରତ୍ୟୟ କରାଯାଏ । ଯଡ୍ ପ୍ରତ୍ୟୟ ନିଷ୍ପନ୍ନ ଧାତୁକୁ 'ଯନ୍ତ ଧାତୁ' କୁହାଯାଏ । ଏଥିରେ 'ମାନ' ପ୍ରତ୍ୟୟ ଯୁକ୍ତ ହୋଇ ଶବ୍ଦ ଗଠିତ ହୁଏ । ମନେରଖିବାକୁ ହେବ ଯେ 'ଯନ୍ତ ଧାତୁ' ସାଧାରଣତଃ ବିଶେଷଣ ରୂପେ ବ୍ୟବହୃତ ହୁଏ ।

  1. ମୂଳଧାତୁ + ଯଡ୍ = ଯନ୍ତଧାତୁ + ମାନ = ନୂତନଶବ୍ଦ
  2. ଜ୍ଵଳ + ଯଡ୍ = ଜାଜ୍ଵଲ୍ୟ + ମାନ = ଜାଜ୍ଵଲ୍ୟମାନ
  3. ଦୀପ୍ + ଯଡା = ଦେଦୀପ୍ୟ + ମାନ = ଦେଦୀପ୍ୟମାନ
  • ଣିଜନ୍ତ

🖝  ପ୍ରୟୋଜକ ଧାତୁ ଗଢ଼ିବାପାଇଁ ସଂସ୍କୃତରେ ଧାତୁ ସହିତ 'ଶିଚ୍' ପ୍ରତ୍ୟୟ ଯୋଗକରାଯାଏ । ଧାତୁପରେ ଏହି 'ଣିଚ୍' ପ୍ରତ୍ୟୟ ଯୁକ୍ତ ହୋଇ ଗଢ଼ାଯାଉଥିବା ଧାତୁକୁ ଣିଜନ୍ତଧାତୁ କୁହାଯାଏ ।

ମୂଳଧାତୁ+ଣିଚ୍ = ଣିଜନ୍ତଧାତୁ ବିଶେଷ୍ୟ ବିଶେଷଣ
ସ୍ଥା+ଣିଚ୍ = ସ୍ଥାପି  ସ୍ଥାପନ ସ୍ଥାପିତ
ପଠ୍ + ଶିବ = ପାଠି ପାଠିତ ପାଠନ
ଜ୍ଞା + ଣିଚ୍ = ଜ୍ଞାପି ଜ୍ଞାପିତ ଜ୍ଞାପନ
ଚଳ + ଣିଚ୍ = ଚାଳି ଚାଳନ ଚାଳିତ

🖝  ଅଧୂକନ୍ତୁ ବିଭକ୍ତି, ସନ୍ଧି, ସମାସ, କୃଦନ୍ତ, ତଦ୍ଧିତ, ଉପସର୍ଗ, ଣ'ତ୍ବ ବିଧୂ ଓ ଷ'ତ୍ଵ ବିଧ୍ଵ ଅନୁଯାୟୀ ମଧ୍ୟ ଶବ୍ଦ ଗଠନ କରାଯାଇଥାଏ ।

 

    

Important Links

  • Dictionary
  • Grammar
  • Word Book
  • Proverb
  • Translator
  • Online Odia Typing
Odia-English Dictionary

Odia-English Dictinary

 

Powerd by

More Links

  • About Us
  • Contact Us

© 2026. All right reserved.