Odia-English Online
Dictionary & Grammar

  • Home
  • Browse Word
  • Grammar
  • Input Tools
  • Translation
  • Proverbs
  • Word Book
Odia - English
Dictionary
  • Home
  • Dictionary
    • 1. Prasasaba Dictionary
    • 2. Shrimandir Dictionary
    • 3. Samalpuri Dictionary
  • Grammar
  • Browse Word
  • Word Book
  • Proverbs
  • Odia Translatations
  • Odia Typing
  • Lession [Trending]
  • TechDaily
Odia English


 

Main Word

Odia Grammar : Topic & Details

Topics
Odia Grammar
  • ବାକ୍ୟବିଚାର
  • ଶବ୍ଦ
  • ଶବ୍ଦର ପ୍ରକାର ଭେଦ
  • ସନ୍ଧି
  • ଲିଙ୍ଗ
  • ବଚନ
  • ସମାସ
  • କୃଦନ୍ତ
  • କାରକ
  • ବିଭକ୍ତି
  • ପୁରୁଷ
  • ଉପସର୍ଗ ଓ ପ୍ରତ୍ୟୟ

Odia Grammar
  • ବାକ୍ୟବିଚାର
  • ବାକ୍ୟର ପ୍ରକାର ଭେଦ
  • ଶବ୍ଦ
  • ଶବ୍ଦର ପ୍ରକାର ଭେଦ
  • ସନ୍ଧି
  • ଲିଙ୍ଗ
  • ବଚନ
  • ସମାସ
  • କାରକ
  • ବିଭକ୍ତି
  • ପୁରୁଷ
  • ଉପସର୍ଗ ଓ ପ୍ରତ୍ୟୟ

ବଚନ
  1. ଯେଉଁଥୁରୁ ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଜଣାପଡ଼େ ତାହାକୁ 'ବଚନ' କହନ୍ତି । ବଚନ ଚିହ୍ନ ସାଧାରଣତଃ ବିଶେଷ୍ୟ ଓ ସର୍ବନାମ ପଦରେ ସଂଯୁକ୍ତ ହୁଏ । ଯେଉଁ ପଦରୁ ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଗୋଟିଏ ବୋଲି ଜଣାପଡ଼େ, ତାହାକୁ ଏକବଚନ କୁହାଯାଏ ଯଥା; - ମୁଁ, ତୁ, ସେ, ଗଛ, ନଈ ଇତ୍ୟାଦି ।
  2. ଯେଉଁପଦରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଏକରୁ ଅଧିକ ବୋଲି ଜଣାଯାଏ, ତାହାକୁ 'ବହୁବଚନ' କହନ୍ତି । ଯଥା :- ଆମ୍ଭେମାନେ, ତୁମ୍ଭେମାନେ, ସେମାନେ, ନଈଗୁଡ଼ିକ, ଗଛଗୁଡ଼ିକ ।
  3. ଏକବଚନ ପାଇଁ ବ୍ୟବହୃତ ହେଉଥିବା ଚିହ୍ନ:- ଟି, ଟା, ଟେ, ଟିଏ, ଟାଏ, ଖଣ୍ଡେ, ଖଣ୍ଡିଏ, ଗୋଟିଏ; ଗୋଟିକ, ଇତ୍ୟାଦି । ଉଦାହରଣ ସ୍ୱରୂପ - ଗୋଟିଏ ପିଲା, ପିଲାଟିଏ, ପିଲାଟି ।
  4. ବହୁବଟନ ପାଇଁ ବ୍ୟବହୃତ ହେଉଥିବା ଚିହ୍ନ - ମାନେ, ଗୁଡ଼ାଏ, ଗୁଡ଼ିଏ, ଗୁଡ଼ିକ, ପଙକ୍ତି, ଶ୍ରେଣୀ, ଯୂଥ, ଯାକ, ତକ, ଗଣ, ସବୁ, ଦଳ, ପଲ, ସମୂହ, ବୃନ୍ଦ, ମାଳ, ରାଜି, ଚୟ, ପୁଞ୍ଜ, ରାଶି, ମଣ୍ଡଳ ଇତ୍ୟାଦି । ଉଦାହରଣ :- ପିଲାଏ, ପିଲାମାନେ, ପୁସ୍ତକଚୟ, ପର୍ବତଶ୍ରେଣୀ ପ୍ରଭୃତି ।
  5. ପଦର ଉଭୟପାର୍ଶ୍ବରେ ବହୁବଚନ ବ୍ୟବହାର କରାଯାଏ ନାହିଁ । ଯଥା :- ଅନେକ ପିଲାମାନେ । ଏପରି ପ୍ରୟୋଗ ଅଶୁଦ୍ଧ ଅଟେ । ଆମେ 'ଅନେକ ପିଲା' ବୋଲି ଲେଖି ପାରିବା ବା ' ପିଲାମାନେ' ବୋଲି କହି କହିପାରିବା ବା ଲେଖିପାରିବା । କିନ୍ତୁ ବେଳେବେଳେ ବାକ୍ୟର ଅର୍ଥକୁ ଗୁରୁତ୍ବ ଦେବାପାଇଁ ଯୁଗ୍ମ ବହୁବଚନ ବ୍ୟବହୃତ ହୁଏ । ଯଥା :- ସବୁଯାକ ଘର । ସବୁତକ ଫୁଲ । ଏଠାରେ ସବୁ, ଯାକ, ତକ - ହେଉଛନ୍ତି ଗୋଟିଏ ଗୋଟିଏ ବହୁବଚନର ଚିହ୍ନ କିନ୍ତୁ ଏଠାରେ ଦୁଇ ଦୁଇଟି ବହୁବଚନ ଏକତ୍ର ସଂଯୁକ୍ତ ହୋଇ ରହିଛନ୍ତି
  6. ମନେରଖିବାକୁ ହେବ ଯେ ସାଧୁତା, ଦୁଷ୍ଟାମି ପ୍ରଭୃତି ଗୁଣବାଚକ ବିଶେଷ୍ୟ, ଗମନ, ଶୟନ ପ୍ରଭୃତି କ୍ରିୟାବାଚକ ବିଶେଷ୍ୟ ପଦରେ ବହୁବଚନ ଲାଗେ ନାହିଁ ।
  7. ଆହୁରିମଧ୍ୟ ଜାଣିବା ଉଚିତ ଯେ ବେଳେବେଳେ ବଚନ ଚିହ୍ନ ଯୁକ୍ତ ନହୋଇ ମଧ୍ୟ ଏକବଚନ ଓ ବହୁବଚନ ପ୍ରକାଶିତ ହୁଏ ପିଲା ଖେଳୁଛି । ଏଠାରେ ଗୋଟିଏ ପିଲାକୁ ବୁଝାଉଛି । ପିଲା I ପିଲେ ଖେଳୁଛନ୍ତି । ଏଠାରେ ଏକାଧିକ ପିଲାଙ୍କୁ ବୁଝାଉଛି ।
   
    

Important Links

  • Dictionary
  • Grammar
  • Word Book
  • Proverb
  • Translator
  • Online Odia Typing
Odia-English Dictionary

Odia-English Dictinary

 

Powerd by

More Links

  • About Us
  • Contact Us

© 2026. All right reserved.