Odia-English Online
Dictionary & Grammar

  • Home
  • Browse Word
  • Grammar
  • Input Tools
  • Translation
  • Proverbs
  • Word Book
Odia - English
Dictionary
  • Home
  • Dictionary
    • 1. Prasasaba Dictionary
    • 2. Shrimandir Dictionary
    • 3. Samalpuri Dictionary
  • Grammar
  • Browse Word
  • Word Book
  • Proverbs
  • Odia Translatations
  • Odia Typing
  • Lession [Trending]
  • TechDaily
Odia English


 

Main Word

Odia Grammar : Topic & Details

Topics
Odia Grammar
  • ବାକ୍ୟବିଚାର
  • ଶବ୍ଦ
  • ଶବ୍ଦର ପ୍ରକାର ଭେଦ
  • ସନ୍ଧି
  • ଲିଙ୍ଗ
  • ବଚନ
  • ସମାସ
  • କୃଦନ୍ତ
  • କାରକ
  • ବିଭକ୍ତି
  • ପୁରୁଷ
  • ଉପସର୍ଗ ଓ ପ୍ରତ୍ୟୟ

Odia Grammar
  • ବାକ୍ୟବିଚାର
  • ବାକ୍ୟର ପ୍ରକାର ଭେଦ
  • ଶବ୍ଦ
  • ଶବ୍ଦର ପ୍ରକାର ଭେଦ
  • ସନ୍ଧି
  • ଲିଙ୍ଗ
  • ବଚନ
  • ସମାସ
  • କାରକ
  • ବିଭକ୍ତି
  • ପୁରୁଷ
  • ଉପସର୍ଗ ଓ ପ୍ରତ୍ୟୟ

ଲିଙ୍ଗ
ଓଡ଼ିଆଭାଷାରେ ପ୍ରାଣୀବାଚକ ବିଶେଷ୍ୟ ଗୁଡ଼ିକରେ ପୁରୁଷ ଓ ସ୍ତ୍ରୀ ଭେଦରେ ଲିଙ୍ଗ ନିରୂପଣ କରାଯାଇଥାଏ ପୁଣି ଅପ୍ରାଣୀବାଚକ ବିଶେଷ୍ୟ ଗୁଡ଼ିକୁ କ୍ଲବ ଲିଙ୍ଗ ଭାବେ ଗ୍ରହଣ କରାଯାଏ । ପୁରୁଷ ବାଚକ ଶବ୍ଦ ପୁଂଲିଙ୍ଗ ଓ ସ୍ତ୍ରୀ ବାଚକ ଶବ୍ଦ ସ୍ତ୍ରୀ ଲିଙ୍ଗ ଭାବରେ ଗୃହୀତ ହୋଇଥାନ୍ତି ପୁଂଲିଙ୍ଗକୁ ସ୍ତ୍ରୀ ଲିଙ୍ଗ କଲାବେଳେ ଅନେକ ସ୍ଥଳରେ ପ୍ରତ୍ୟୟ ଯୁକ୍ତ ହୋଇଥାଏ। ଯେପରି ' ବାଘ' ଶବ୍ଦଟି ହେଉଛି ଫୁଲିଙ୍ଗ ଏଥିରେ 'ଉଣୀ' ପ୍ରତ୍ୟୟ ଯୁକ୍ତ ହେଲେ ତାହା ହୁଏ 'ବାଘୁଣୀ' ବା ବାଘର ସ୍ତ୍ରୀଲିଙ୍ଗ । ନିମ୍ନରେ କେତେକ ପ୍ରତ୍ୟୟ ଯୁକ୍ତ ହୋଇ ସ୍ତ୍ରୀଲିଙ୍ଗର ରୂପ ଦିଆଯାଇଛି ।
ପୁଂଲିଙ୍ଗ   ସ୍ତ୍ରୀଲିଙ୍ଗ
'ଆ' ପ୍ରତ୍ୟୟ
କୋକିଳ କୋକିଳା
'ଈ' ପ୍ରତ୍ୟୟ
କିଶୋର କିଶୋରୀ
ମାନବ ମାନବୀ
ନର ନାରୀ
ନାଗର ନାଗରୀ
'ଆନୀ' ଓ 'ଆଣୀ' ପ୍ରତ୍ୟୟ
ଶିବ ଶିବାନୀ
ଭବ ଭବାନୀ
ଇନ୍ଦ୍ର ଇନ୍ଦ୍ରାଣୀ
' ଉଲୀ' ପ୍ରତ୍ୟୟ
ବେଙ୍ଗ ବେଙ୍ଗୁଲୀ
ବଗ ବଗୁଲୀ
କେତେକ ଭିନ୍ନ ଶବ୍ଦ ଦ୍ଵାରା ମଧ୍ୟ ଲିଙ୍ଗ ପରିବର୍ତ୍ତନ ହୁଏ । ଯଥା;
ରଜା/ରାଜା ରାଣୀ
ପିତା ମାତା
ଜନକ ଜନନୀ
ସ୍ବାମୀ ସ୍ତ୍ରୀ
ବର କନ୍ୟା । ବଧୂ
ଉଭୟ ଲିଙ୍ଗ କ୍ଷେତ୍ରରେ :
କବି ନାରୀକବି

 

  • କେତେକ ପ୍ରାଣୀବାଚକ ବିଶେଷ୍ୟ ଉଭୟ ପୁରୁଷ ଓ ସ୍ତ୍ରୀକୁ ବୁଝାଏ । ସେ ସ୍ଥଳରେ ଲିଙ୍ଗଭେଦ ପାଇଁ ' ଅଣ୍ଡିରା' ଓ ମାଈ' ବିଶେଷଣ ପଦ ସଂଯୁକ୍ତ ହୁଏ । ଯଥା : ପୁଂଲିଙ୍ଗ - ଅଣ୍ଡିରା ଛେଳି - ସ୍ତ୍ରୀଲିଙ୍ଗ-ମାଈଛେଳି
  • ସେହିପରି ଶବ୍ଦ ଗୁଡ଼ିକ ହେଉଛି - ଭାଲୁ, କୁକୁର, ବିରାଡ଼ି, ମୂଷା, ବାଛୁରୀ ଇତ୍ୟାଦି ଆହୁରି ଜାଣିବାର କଥା ଯେ : କ୍ଲବଲିଙ୍ଗରେ କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ । ତଥାପି ବେଳେ ବେଳେ ପୁରୁଷ ଓ ସ୍ତ୍ରୀ ସୂଚକ ପଦ ଯୋଗକରି ପୁଂଲିଙ୍ଗ ଓ ସ୍ତ୍ରୀଲିଙ୍ଗ କରାଯାଏ । ' ଫୁଲ' ହେଉଛି କ୍ଲବଲିଙ୍ଗ, କିନ୍ତୁ ଏହାକୁ ପୁଂଲିଙ୍ଗ ଓ ସ୍ତ୍ରୀଲିଙ୍ଗ କରାଯାଇଥାଏ, ଯଥା : ଅଣ୍ଡିରା ଫୁଲ - ମାଈ ଫୁଲ ।
   
    

Important Links

  • Dictionary
  • Grammar
  • Word Book
  • Proverb
  • Translator
  • Online Odia Typing
Odia-English Dictionary

Odia-English Dictinary

 

Powerd by

More Links

  • About Us
  • Contact Us

© 2026. All right reserved.