Odia-English Online
Dictionary & Grammar

  • Home
  • Browse Word
  • Grammar
  • Input Tools
  • Translation
  • Proverbs
  • Word Book
Odia - English
Dictionary
  • Home
  • Dictionary
    • 1. Prasasaba Dictionary
    • 2. Shrimandir Dictionary
    • 3. Samalpuri Dictionary
  • Grammar
  • Browse Word
  • Word Book
  • Proverbs
  • Odia Translatations
  • Odia Typing
  • Lession [Trending]
  • TechDaily
Odia English


 

Main Word

Odia Grammar : Topic & Details

Topics
Odia Grammar
  • ବାକ୍ୟବିଚାର
  • ଶବ୍ଦ
  • ଶବ୍ଦର ପ୍ରକାର ଭେଦ
  • ସନ୍ଧି
  • ଲିଙ୍ଗ
  • ବଚନ
  • ସମାସ
  • କୃଦନ୍ତ
  • କାରକ
  • ବିଭକ୍ତି
  • ପୁରୁଷ
  • ଉପସର୍ଗ ଓ ପ୍ରତ୍ୟୟ

Odia Grammar
  • ବାକ୍ୟବିଚାର
  • ବାକ୍ୟର ପ୍ରକାର ଭେଦ
  • ଶବ୍ଦ
  • ଶବ୍ଦର ପ୍ରକାର ଭେଦ
  • ସନ୍ଧି
  • ଲିଙ୍ଗ
  • ବଚନ
  • ସମାସ
  • କାରକ
  • ବିଭକ୍ତି
  • ପୁରୁଷ
  • ଉପସର୍ଗ ଓ ପ୍ରତ୍ୟୟ

ସନ୍ଧି
ପରସ୍ପର ସନ୍ନିହିତ ପୂର୍ବପଦର ଶେଷବର୍ଣ୍ଣ ଓ ପରପଦର ପ୍ରଥମବର୍ଣ୍ଣର ମିଳନକୁ ସନ୍ଧି କୁହାଯାଏ ।
ସନ୍ଧି ତିନି ପ୍ରକାରର ଯଥା :- ସ୍ୱରସନ୍ଧି, ବ୍ୟଞ୍ଜନ ସନ୍ଧି ଓ ବିସର୍ଗ ସନ୍ଧି ।
ସ୍ବର ସନ୍ଧି ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ସ୍ବରବର୍ଣ୍ଣ ସହିତ ପରପଦର ପ୍ରଥମ ସ୍ବରବର୍ଣ୍ଣ ମିଳନକୁ ସ୍ୱରସନ୍ଧି କୁହାଯାଏ ।
 
  • ସ୍ୱରସନ୍ଧିର ବିଭିନ୍ନ ରୂପ
  1. ଅ+ଅ = ଆ
    ଦେବ+ଅସୁର = ଦେବାସୁର,
    ଶ୍ୱେତ+ଅମ୍ବର = ଶ୍ୱେତାମ୍ବର
    ନୀଳ+ଅଚଳ = ନୀଳାଚଳ
    ଗ୍ରାମ+ଅଞ୍ଚଳ = ଗ୍ରାମାଞ୍ଚଳ
    ଅସ୍ତ+ଅଚଳ = ଅସ୍ତାଚଳ
     
  2. ଅ+ଆ = ଆ
    ସିଂହ+ଆସନ = ସିଂହାସନ
    ଗୁଣ+ଆକର = ଗୁଣାକର
    ଉଚ୍ଚ+ଆସନ = ଉଚ୍ଚାସନ
     
  3. ଆ+ଅ = ଆ
    ଚିତା + ଅନଳ = ଚିତାନଳ
    ସୁଧା + ଅଂଶୁ - ସୁଧାଂଶୁ
     
  4. ଆ + ଆ = ଆ
    ବିଦ୍ୟା + ଆଳୟ = ବିଦ୍ୟାଳୟ
    ସୁଧା + ଆକର = ସୁଧାକର

 

ବ୍ୟଞ୍ଜନ ସନ୍ଧି ପରସ୍ପର ସନି୍ନହିତ ପୂର୍ବପଦର ଶେଷ ବ୍ୟଞ୍ଜନ ବର୍ଣ୍ଣ ସହିତ ପରପଦର ପ୍ରଥମ ବ୍ୟଞ୍ଜନ ବର୍ଣ୍ଣ ବା ସ୍ୱରବ?ର୍ର ମିଳନକୁ ବ୍ୟଞ୍ଜନ ସନ୍ଧି କହନ୍ତି ।
 
  1. ଦିକ୍ + ଅନ୍ତ = ଦିଗନ୍ତ ବାକ୍‌+ଈଶ = ବାଗୀଶ
    ଉତ୍‌+ଯାପନ = ଉଦ୍‌ଯାପନ ଣିଚ୍‌+ଅନ୍ତ = ଣିଜନ୍ତ
    ଦିକ୍‌+ଗଜ = ଦିଗ୍‌ଗଜ ଦିକ୍‌+ବଳୟ = ଦିଗ୍‌ବଳୟ
    ଉତ୍‌+ଘାଟନ = ଉଦ୍‌ଘାଟନ ଜୟତ୍‌+ରଥ = ଜୟଦ୍ରଥ
    ବ୍ୟଞ୍ଜନ ବ?ର୍ ପରେ ସ୍ୱରବ?ର୍, ବର୍ଗର ତୃତୀୟ ଚତୁର୍ଥ ବ?ର୍ କିମ୍ବା ଯ, ର, ଳ, ବ, ହ ଥିଲେ
    ପୂର୍ବପଦର ଶେଷରେ ଥିବା ପ୍ରତିବର୍ଗର ପ୍ରଥମବ?ର୍ ସ୍ଥାନରେ ସେହିବର୍ଗର ତୃତୀୟବ?ର୍ ହୁଏ ।
    ଏହି ସୂତ୍ରରେ ବାଗାଡ଼ମ୍ବର, ଉଦ୍‌ବେଗ, ସଦ୍‌ବଚନ, ଭବଦୀୟ, ସଦାନନ୍ଦ ଆଦି ଶବ୍ଦ ଗୁଡ଼ିକ ମଧ୍ୟ
    ଗଢ଼ାଯାଇପାରିବ ।
    ବ୍ୟତିକ୍ରମ - (ଯାବତ୍‌+ଇୟ=ଯାବତୀୟ)
  2. ଚଳତ୍‌+ଚିତ୍ର=ଚଳଚ୍ଚିତ୍ର (ତ୍‌+ଚ+ଇ) (ଚ୍‌+ଚ+ଇ) = ଚ୍ଚି
    ଉତ୍‌+ଚାରଣ = ଉଚ୍ଚାରଣ, ଉତ୍‌+ଛନ୍ନ=ଉଚ୍ଛନ୍ନ (ତ୍‌+ଛ) = (ଚ+ଛ) = ଚ୍ଛ
    ଉତ୍‌+ଛେଦ = ଉଚ୍ଛେଦ (ତ୍‌+ଛ+ଏ) = (ଚ୍‌+ଛ+ଏ) = ଚ୍ଛେ
    ବିପଦ୍‌+ଚୟ = ବିପଚ୍ଚୟ (ଦ୍‌+ଚ) = (ଚ୍‌+ଚ) = ଚ୍ଚ
    ତଦ୍‌+ଛବି = ତଚ୍ଛବି (ଦ୍‌+ଛ) = (ଚ୍‌+ଛ) = ଚ୍ଛ
    ତ ବା ଦ ପରେ ଚ ବା ଛ ଥିଲେ ତ ବା ଦ ସ୍ଥାନରେ ଚ ହୁଏ । ଏହି ଚ ପରବର୍ତ୍ତୀ ବ?ର୍
    ସହିତ ଯୁକ୍ତ ହୁଏ ।
     
  3. ଉତ୍‌+ଜ୍ୱଳ=ଉଜ୍ଜ୍ୱଳ (ତ୍‌+ଜ) = (ଜ୍‌+ଜ+ୱ) = ଜ୍‌ଜ୍ୱ(ବା) = ଜ୍ଜ୍ୱ
    ଜଗତ୍‌+ଜନନୀ = ଜଗଜ୍ଜନନୀ (ତ୍‌+ଜ୍‌) = (ଜ+ଜ) = ଜ୍ଜ
    ବିପଦ୍‌+ଜନକ = ବିପଜ୍ଜନକ (ଦ୍‌+ଜ) = (ଜ୍‌+ଜ) = ଜ୍ଜ
    ବୃହତ୍ + ଝଟିକା = ବୃହଜ୍‌ଝଟିକା (ତ୍‌+ଝ) = (ଜ୍‌+ଝ) = ଜ୍‌ଝ
    ବିପଦ୍‌+ଝଟିକା = ବିପଦଝଟିକା (ଦ୍‌+ଝ୍‌) - (ଜ୍‌+ଝ୍‌) = ଜଝ୍‌
    ତ ବା ଦ ପରେ ଜ ବା ଝ ଥିଲେ ତ ବା ଦ ସ୍ଥାନରେ ଜ୍‌ ହୁଏ ।
    ଏ ଜ୍‌ ପରବର୍ତ୍ତୀ ବ?ର୍ ସହିତ ଯୁକ୍ତ ହୁଏ ।
     
  4. ଉତ୍‌+ଡୀନ = ଉଡ୍‌ଡୀନ (ଉଡ୍ଡୀନ) (ତ୍‌+ଡ୍‌+ଈ) = (ଡ୍‌+ଡ୍‌+ଈ) = ଡ୍ଡୀ
    ତଦ୍‌+ଡି?ିମ = ତଡ୍ଡି?ିମ (ଦ୍‌+ଡ୍‌+ଇ) = (ଡ୍‌+ଡ୍‌+ଇ) = ଡ୍‌ଡି, ଡ୍ଡି
    ତ ବା ଦ ପରେ ଡ ଥିଲେ ତ ବା ଦ ସ୍ଥାନରେ ଡ ହୁଏ ।
    ଏହି ଡ ପରବର୍ତ୍ତୀ ବ?ର୍ ସହିତ ଯୁକ୍ତହୁଏ ।
     
  5. ଉତ୍‌+ହାର = ଉଦ୍ଧାର
    ତଦ୍‌+ହିତ = ତଦ୍ଧିତ
    ଉତ୍‌+ହତ = ଉଦ୍ଧତ
    ତ ବା ଦ ପରେ ହ ଥିଲେ ଦୁହେଁ ମିଶି ଦ୍ଧ ହୁଅନ୍ତି ।
     
  6. ଉତ୍ + ଲେଖ = ଉଲ୍ଲେଖ
    ତଦ୍ + ଲକ୍ଷଣ = ତଲ୍ଲକ୍ଷଣ
    ତ ବା ଦ ପରେ ଲ ଥିଲେ ତ ବା ଦ ସ୍ଥାନରେ ଲ ହୁଏ ।
    ଏହି ଲ୍‌ ପରବର୍ତ୍ତୀ ଲ ସହିତ ମିଳିତ ହୁଏ ।
     
  7. ଉତ୍ + ଶୃଙ୍ଖଳ = ଉଚ୍ଛୃଙ୍ଖଳ (ତ୍‌+ଶ୍‌+ଋ) = (ଚ୍‌+ଛ+ଋ) = ଚ୍ଛୃ
    ଉତ୍‌+ଶ୍ୱାସ= ଉଚ୍ଛ୍ୱାସ (ତ୍‌+ଶ+ୱା) = (ଚ୍‌+ଚ୍ଛ୍‌+ୱା) = ଚ୍ଛ୍ୱା
    ବିପଦ୍‌+ଶଙ୍କା = ବିପଚ୍ଛଙ୍କା (ଦ୍‌+ଶ) = (ଚ୍‌+ଛ) = ଚ୍ଛ
    ତ ବା ଦ ପରେ ଶ ଥିଲେ
    ତ୍‌ ବା ଦ୍‌ ସ୍ଥାନରେ ଚ୍‌ ହୁଏ ଓ ଶ ସ୍ଥାନରେ ଛ ହୁଏ । ଏହି
    ଚ୍‌ ଓ ଛ୍‌ ମିଶି ଚ୍ଛ ହୁଅନ୍ତି ।

 

ବିସର୍ଗ ସନ୍ଧି ପୂର୍ବପଦର ଶେଷରେଥିବା ବିସର୍ଗ(ଃ) ସହିତ ପରପଦର ପ୍ରଥମରେ ଥିବା ସ୍ୱରବ?ର୍ ବା ବ୍ୟଞ୍ଜନ ବ?ର୍ର
ମିଳନ ହେଲେ ବିସର୍ଗ ସନ୍ଧି ହୁଏ ।
 
  • ନିମ୍ନରେ ପ୍ରଦତ୍ତ ହୋଇଥିବା ତାର ବିଭିନ୍ନ ରୂପ
  1. ନଭଃ+ଚର = ନଭଶ୍ଚର (ନଭଃ = ନଭସ୍‌+ଚର) = (ସ୍‌+ଚ) = (ଶ୍‌+ଚ) = ଶ୍ଚ
    ନିଃ+ଚୟ = ନିଶ୍ଚୟ, ଦୁଃ+ଚିନ୍ତା=ଦୁଶ୍ଚିନ୍ତା
    ଶିରଃ+ଛେଦ = ଶିରଶ୍ଛେଦ = (ଃ+ଛ) = (ସ୍‌+ଛ) = (ଶ+ଛ) = ଶ୍ଛ
    ବିସର୍ଗ ପରେ ଚ ବା ଛ ଥିଲେ ବିସର୍ଗ ସ୍ଥାନରେ ଶ ହୁଏ ।
     
  2. ଧନୁ+ଟଙ୍କାର =ଧନୁଷ୍ଟଙ୍କାର (ଃ+ଟ) = ଷ୍‌+ଟ) = ଷ୍ଟ
    ବିସର୍ଗପରେ ଟ ବା ଠ ଥିଲେ ବିସର୍ଗସ୍ଥାନରେ ଷ ହୁଏ ।
     
  3. ମନଃ+ତାପ=ମନସ୍ତାପ (ଃ+ତା) = (ସ୍‌+ତା) = ସ୍ତା
    ଦୁଃ+ତର=ଦୁସ୍ତର(ଃ+ତ) = (ସ୍‌+ତ) = ସ୍ତ
    ବିସର୍ଗ ପରେ ତ ବା ଥ ଥିଲେ ବିସର୍ଗ ସ୍ଥାନରେ ସ ହୁଏ ।
   
    

Important Links

  • Dictionary
  • Grammar
  • Word Book
  • Proverb
  • Translator
  • Online Odia Typing
Odia-English Dictionary

Odia-English Dictinary

 

Powerd by

More Links

  • About Us
  • Contact Us

© 2026. All right reserved.