Odia-English Online
Dictionary & Grammar
Home
Browse Word
Grammar
Input Tools
Translation
Proverbs
Word Book
Odia - English Dictionary
Home
Dictionary
1
2
3
Grammar
Browse Word
Word Book
Proverbs
Odia Translatations
Odia Typing
Lession [Trending]
TechDaily
Search Key
Odia
English
Main Word
Content
Odia-English Dictionary
Odia Grammar : Topic & Details
Topics
Odia Grammar
ବାକ୍ୟବିଚାର
ଶବ୍ଦ
ଶବ୍ଦର ପ୍ରକାର ଭେଦ
ସନ୍ଧି
ଲିଙ୍ଗ
ବଚନ
ସମାସ
କୃଦନ୍ତ
କାରକ
ବିଭକ୍ତି
ପୁରୁଷ
Odia Grammar
ବାକ୍ୟବିଚାର
ବାକ୍ୟର ପ୍ରକାର ଭେଦ
ଶବ୍ଦ
ଶବ୍ଦର ପ୍ରକାର ଭେଦ
ସନ୍ଧି
ଲିଙ୍ଗ
ବଚନ
ସମାସ
କାରକ
ବିଭକ୍ତି
ପୁରୁଷ
କାରକ
କ୍ରିୟା ସହିତ ଯାହାର ଅନ୍ୱୟ ହୁଏ, ତାହା କାରକ । କାରକଗୁଡ଼ିକ ବାକ୍ୟ ମଧ୍ୟରେ ଶବ୍ଦର ସ୍ଥାନ ଓ ସମ୍ବନ୍ଧ ସୂଚାଇଥାଏ । କାରକ ଶବ୍ଦର ମୂଳ ଧାତୁ 'କ' । ଏହାର
ଅର୍ଥ କରିବା । କାରକର ଆକ୍ଷରିକ ଅର୍ଥ, ଯେ କରେ । ଯେମିତିକି କ୍ଷତିକାରକ, ହିତକାରକ, ବଳ କାରକ । ବ୍ୟାକରଣରେ ଏହାର ଅର୍ଥ କ୍ରିୟା ସମ୍ବନ୍ଧ ବା ଅନ୍ୱୟ ।
ବାକ୍ୟରେ କ୍ରିୟା ପଦ ସହିତ ଯେଉଁ ପଦର ସମ୍ବନ୍ଧ ଥାଏ, ତାହାକୁ କାରକ କୁହାଯାଏ । କ୍ରିୟାପଦ ସହିତ ଯେଉଁ ବାକ୍ୟରେ ଥିବା ପଦମାନଙ୍କର ସମ୍ବନ୍ଧ ଛ' ପ୍ରକାର ହୋଇଥିବାରୁ କାରକ ମଧ୍ୟ ଛଅପ୍ରକାର - କର୍ତ୍ତା କାରକ, କର୍ମ କାରକ, କରଣ କାରକ, ସମ୍ପ୍ରଦାନ କାରକ, ଅପାଦାନ କାରକ ଓ ଅଧିକରଣ କାରକ । କାରକ ଏକ ବ୍ୟାକରଣିକ ପଦ । ଯିଏ କରେ ବା ଯାହା କାର୍ଯ୍ୟ ସଂପନ୍ନକାରୀ ସେ ବାକ୍ୟର କର୍ତ୍ତା । କର୍ତ୍ତା ସହ ଯେଉଁ ବ୍ୟାକରଣିକ ପ୍ରତ୍ୟୟ ଯୋଗ ହୁଏ ତାହା କାରକ । ବାକ୍ୟରେ ବ୍ୟବହାର ହେଉଥିବା ପଦଗୁଡ଼ିକ ମଧ୍ୟରେ ସଂପର୍କ ସ୍ଥାପନ କରି ବାକ୍ୟର ଉଦ୍ଦେଶ୍ୟକୁ ଜଣାଇବା ପାଇଁ କାରକଗୁଡ଼ିକୁ ଯୋଗ କରାଯାଏ ।
କର୍ତ୍ତାକାରକ
ଆଶିଷ ବ୍ୟାକରଣ ପଢ଼ୁଛି ।
ଜଗନ୍ନାଥ ଦାସ 'ଭାଗବତ' ରଚନା କରିଥିଲେ ।
କର୍ମକାରକମାଆ ପୁଅକୁ ଡାକୁଛି ।
ଶିକ୍ଷକ ପିଲାମାନଙ୍କୁ ନନ୍ଦନ କାନନ ଦେଖାଇଲେ ।
କରଣକାରକ
ଦିନନାଥ ତୂଳୀରେ ଚିତ୍ର ଆଙ୍କୁଛନ୍ତି ।
ରଘୁନାଥ ପଥରଦ୍ୱାରା ସୁନ୍ଦର ମୂର୍ତ୍ତି ଗଢ଼ନ୍ତି ।
ସମ୍ପ୍ରଦାନକାରକ
ଭିକାରିକୁ ଖାଇବାକୁ ଦିଅ ।
ମୋ' କଲମ ମୋତେ ଫେରାଇଦିଅ ।
ଅପାଦାନକାରକଗଛରୁ ପତ୍ର ଝଡ଼ୁଛି ।
ଗଙ୍ଗା ହିମାଳୟରୁ ବାହାରିଛି ।
ଅଧିକରଣକାରକ
ଶରତ ଋତୁରେ ଆକାଶ ନିର୍ମଳ ଦେଖାଯାଏ ।
ଗୋପାଳଚନ୍ଦ୍ର ପ୍ରହରାଜ ଓଡ଼ିଆ ଭାଷାର ଜଣେ ବିଦ୍ୱାନ୍ ବ୍ୟକ୍ତି ।
ବାକ୍ୟରେ ବ୍ୟବହାର ହେଉଥିବା ବିଶେଷ୍ୟବାଚକ କର୍ତ୍ତାପଦ ଗୁଡ଼ିକ ମଧ୍ୟରେ ସମ୍ପର୍କ ସ୍ଥାପନ କରି ଉଦ୍ଦେଶ୍ୟ ସୂଚିତ କରିବାପାଇଁ କାରକ ପ୍ରତ୍ୟୟଯୁକ୍ତ ହୋଇଥାଏା
ଓଡ଼ିଆରେ ଚାରିଟି କାରକ ପ୍ରତ୍ୟୟର ପ୍ରଚଳନ ଅଛି । କାରକ ପ୍ରୟୋଗରେ ଏକବଚନଓ ବହୁବଚନ ଭେଦଥାଏ । ଓଡ଼ିଆ କାରକ ପାଞ୍ଚପ୍ରକାର-କର୍ତ୍ତା କାରକ, କର୍ମକାରକ, ସମ୍ବନ୍ଧକାରକ, ଅପାଦାନକାରକ ଓ ଅଧିକରଣକାରକ । କର୍ତ୍ତାକାରକର ପ୍ରତ୍ୟୟ ନାହିଁ, କର୍ମକାରକର ପ୍ରତ୍ୟୟ 'କୁ' ସମ୍ବନ୍ଧ କାରକରେ ପ୍ରତ୍ୟୟ 'ର' ଅପାଦାନକାରକରେପ୍ରତ୍ୟୟ 'ରୁ' ଓ ଅଧିକରଣ କାରକରେ ପ୍ରତ୍ୟୟ 'ରେ' । ଅବଶ୍ୟ ଓଡ଼ିଆରେବ୍ୟବହାର ହେଉଥିବା ବ୍ୟାକରଣିକ ପଦ ବା ଶବ୍ଦଗୁଡ଼ିକ ସଂସ୍କୃତ ଭାଷାରୁ ଆସିଛି । ତେଣୁ ଓଡ଼ିଆ ଭାଷାରେ ଏଗୁଡ଼ିକର ପ୍ରୟୋଗ ଅଧିକାଂଶ କ୍ଷେତ୍ରରେ ସଂସ୍କୃତ ନିୟମଦ୍ୱାରା ପ୍ରଭାବିତ । କାରକ ପ୍ରତ୍ୟୟଗୁଡ଼ିକ ବାକ୍ୟଗଠନରେ ବିଶେଷ୍ୟପଦ ସହିତ ଚାରିଟି ପଦ୍ଧତିରେ ଯୁକ୍ତ ହୋଇପାରନ୍ତି ।ଯେମିତିକି କ) ବିଶେଷ୍ୟପଦ+କାରକ ପ୍ରତ୍ୟୟ, ଖ) ବିଶେଷ୍ୟପଦ+ବଚନପ୍ରତ୍ୟୟ+କାରକପ୍ରତ୍ୟୟ, ଗ) ବିଶେଷ୍ୟପଦ+ ସ୍ଥାନୀୟ'ଠା' ପ୍ରତ୍ୟୟ+ କାରକ ପ୍ରତ୍ୟୟ, ଘ) ବିଶେଷ୍ୟପଦ+ ବିଭକ୍ତି ପ୍ରତ୍ୟୟ + କାରକପ୍ରତ୍ୟୟ । କାରକ ପ୍ରତ୍ୟୟଗୁଡ଼ିକ ବଦ୍ଧରୂପ ଓ ବିଭକ୍ତି ପ୍ରତ୍ୟୟଗୁଡ଼ିକ ମୁକ୍ତରୂପ ।
© 2026. All right reserved.