
ସନ୍ତୁଷ୍ଟ ରୁହନ୍ତୁ, କିନ୍ତୁ ଜୀବନରେ ଆଶା ଛାଡ଼ନ୍ତୁ ନାହିଁ; କାରଣ ଆଶା ଏମିତି ଏକ ମାଧ୍ୟମ ଯାହା ବିନା ମଣିଷ ବଞ୍ଚି ପାରିନଥାଏ।

ଯଦି ତୁମେ ସେଟେବେଲେ ହାସିପାରୁଛ, ଯେତେବେଳେ ତୁମେ ପୁରା ଭଙ୍ଗିପଡ଼ିଛ, ତେବେ ମନେରଖ ଦୁନିଆର କୌଣସି ତାକତ ନାହିଁ ତୁମକୁ ଅଟକାଇ ପାରିବ।

ଉପହାସକୁ ନଡରି ନିଜର ଲକ୍ଷ୍ୟ ବଦଳାଇବା ଉଚିତ ନୁହେଁ। କାରଣ ଲକ୍ଷ୍ୟ ହାସଲ ପରେ ଉପହାସ କରୁଥିବା ଲୋକଙ୍କ ରାୟ ବଦଳିଯାଏ।

ଜିତିବା ହାରିବା ନିଜର ଭାବନା ଉପରେ ନିର୍ଭର କରିଥାଏ।

ପୃଥିବୀରେ ଏମିତି କୌଣସି ଲୋକ ନାହିଁ, ଯାହାର କିଛି ବି ସମସ୍ୟା ନାହିଁ। ଏମିତି କୌଣସି ସମସ୍ୟା ନାହିଁ, ଯାହାର ସମାଧାନ ନାହିଁ।

ସଫଳତାର ଗୋଟିଏ ନିୟମ : ତୁମେ ନିଜର ଭୁଲ୍ ସହିତ ଅନ୍ୟର ଭୁଲ୍ରୁ ବି କିଛି ଶିଖିବାକୁ ଚେଷ୍ଟା କର।

ମଇଦାନରେ ହାରିଥିବା ଲୋକ ପୁଣିଥରେ ଜିତି ପାରିବ, କିନ୍ତୁ ମନରୁ ହାରିଥିବା ଲୋକ ନୁହେଁ।

ସଫଳତା ପାଇବାକୁ ହେଲେ ସ୍ବପ୍ନ ଦେଖିବାକୁ ହେବ।
