ଅଧରାମୃତ; ପ୍ରେମିକ ପ୍ରେମିକା ପରସ୍ପର ଅଧର
ଚୁମ୍ବନ କରିବା ସମୟରେ ପରସ୍ପରଙ୍କ ଅଧରନିଃସୃତ ଲାଳ, ଯାହାକୁ ଅନ୍ୟୋଽନ୍ୟ ଆସ୍ୱାଦନ
କରନ୍ତି (ଏବଂ ଯାହାକୁ ପରସ୍ପର ଭୋଳରେ ମଧୁ ବା ଅମୃତ ସଙ୍ଗେ ତୁଳନା କରନ୍ତି) The
honey of the lips imbibed by lovers while kissing each other.
3. ଅଧରାମୃତ
(ମଧ୍ୟପଦଲୋପୀ; ଅଧରରେ କଳ୍ପିତ ଅମୃତ) ଅଧର
ମଧୁ; ପ୍ରେମିକ ପ୍ରେମିକାଙ୍କର ପରସ୍ପରଙ୍କ ଅଧରରୁ ଚୁମ୍ବିତ ମଧୁ ପରି କଳ୍ପିତ ଲାଳ The
nectar-like moisture of the lips sucked by lover in ardent kissing.
ଗୁରୁଜନ
ଓ ବିଶେଷତଃ ଦୀକ୍ଷାଗୁରୁ ଖାଇବା ପତ୍ରରେ ଛାଡ଼ି ଯାଇଥିବା ଉଚ୍ଛିଷ୍ଟ The remmants of
food left on the plate by a spiritual preceptor.(ଯଥା - ଏହି ଅଧରାମୃତକୁ ଶିଷ୍ୟମାନେ ସେବାକରି କୃତାର୍ଥ ହୁଅନ୍ତି)
4. ଅଧରପାନ
(ପଞ୍ଚମୀ
ତତ୍; ଅଧର ଚୁମ୍ବନପୂର୍ବକ ଅଧର ମଧୁ - ପାନ) ଓଷ୍ଠରେ ଚୁମ୍ବନ Kissing on the
lower lip.
ପ୍ରେମିକ ପ୍ରେମିକାଙ୍କର ଓଷ୍ଠଚୁମ୍ବନ ବା ଚୁମ୍ବିବା Sucking
of each other's lower lips by lovers.
5. ଅଧରପତ୍ର
ପତ୍ର ପରି କମନୀୟ ଅଧରୋଷ୍ଠ
Beautiful lip (Compared to a leaf).
6. ଅଧରଟୋପି
ଅଗରଟିକିଲ; ସ୍ତ୍ରୀମାନେ କପାଳରେ ପିନ୍ଧିବା କୃଷ୍ଣାଭ୍ରର କଳା ଟିକିଲି
Round spot of black mica put on the brow by females.
ସ୍ତ୍ରୀମାନେ ଅଧରୋଷ୍ଠରେ ଚିତ୍ର କରିଥିବା ଖଇରର ଟୋପା ବା କଳାବିନ୍ଦୁ A spot catechu or
black painted on the lower lip by women.
7. ଅଧରପଣା
[ଏ
ପଣା ଯେଉଁ ହାଣ୍ଡିମାନଙ୍କରେ ଭୋଗ ଲାଗେ ସେ ହାଣ୍ଡିମାନ ପୂଜକର ଓଠ (ଅଧର) ପର୍ଯ୍ୟନ୍ତ ଉଚ୍ଚ
ଥିବାରୁ ଏହି ନାମ; ସଂ. ଅଧର+ ପ୍ରପାନକ] ଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ସମୟରେ
ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରଥରେ ଥିବାବେଳେ ତାଙ୍କୁ ଭୋଗ ଲାଗି କରାଯିବା ପଣା
Sweetened drink offered to the deities Jagannātha, Baḻabhadra & Subhadrā
while they are on the cars during the car-festival.
8. ଅଧରବିନ୍ଦୁ
ସ୍ତ୍ରୀଲୋକମାନଙ୍କ ତଳ ଓଠ ବା ଥୋଡ଼ିରେ ଚିତ୍ରିତ କଳା ଟୋପି ବା କଳା ଚିତା Spot
of black painted on the tip of the lip by women.
9. ଅଧରବିମ୍ବ
ପକ୍ୱ ବିମ୍ବଫଳ ପରି ନାଲି ଓ ସୁନ୍ଦର ଓଠ Rosy lip (compaed to a ripe Bimba
fruit)